Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ପୋଲିସ ତରଫରୁ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଉପଲକ୍ଷେ ଆଜି ସିନାପାଲି ବଷ୍ଟାଣ୍ଡ ଠାରେ ପାଲା ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା କରାଯାଇଛି ।ସିନାପାଲି ପୋଲିସ ଏ ଏସ୍ ଆଇ ଗୌରୀଶଙ୍କର ଦାସ, ପ୍ରଭାକର ନାଏକ, ଏ ଏସ ଆଇ ହରେକୃଷ୍ଣ ଜାନି ,ରାମେଶ୍ବର ବାଗ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ଦେଖି ଓଡିଶା ସରକାରଙ୍କ ପରିବହନ ବିଭାଗ ଗାଡି ଚାଳକଙ୍କ ପ୍ରତି ନୂଆ ନିୟମ ଲାଗୁ କରାଯାଇଛି । ଗାଡି ହେଲମେଟ ନ ଥିଲେ ଆଦାୟ ହେଉଛି ଜୋରିମାନ ସାଧାରଣତଃ ହେଲମେଟ, ଡି ଏଲ୍ ଚେକିଙ୍କ୍ ସହ ୧୮ ବର୍ଷରୁ କମ ବୟସ୍କ ଙ୍କ ବିରୁଦ୍ଧରେ କଡ଼ା କଡ଼ି ନିୟମ ଲାଗୁ କରିଥିବାବେଳେ ମଦ ପିଇ ଗାଡି ଚଳାଇବା ଉପରେ ମଧ୍ୟ ଗୁରୁତର ଦିଆଯାଇଛି । ମଦ୍ୟପାନ କରି ଯାନବାହାନ ଚଲାଇବା ଦଣ୍ଡନୀୟ ଅପରାଧ। ଏ ନେଇ ସିନାପାଲି ପୋଲିସ କଢ଼ା କଢି ଚେକିଙ୍ଗ ମଧ୍ୟ କରିଛି। ଆପଣମାନଙ୍କୁ ଅନୁରୋଧ ଗାଡ଼ିର ଉପଯୁକ୍ତ ପ୍ରମାଣ ପତ୍ର ଏବଂ ହେଲମେଟ ସଦା ସର୍ବଦା ବ୍ୟବହାର କରନ୍ତୁ ଏବଂ ୧୮ ବର୍ଷରୁ କମ୍ ପିଲାଙ୍କୁ ଗାଡି ଦିଅନ୍ତୁ ନାହିଁ ଧରା ପଡିଲେ ୨୫୦୦୦ ଫାଇନ ଏବଂ ଗାଡ଼ି ଯାହା ନାମରେ ଅଛି ଲାଇସେନ୍ସ ରଦ୍ଧ କରିଦିଆ ଯାଉଛି ସେଥି ପ୍ରତି ସାବଧାନ ରୁହନ୍ତୁ ଓ  ସୁରକ୍ଷିତ ଭାବେ ଗାଡିଚଲାଇବା ପାଇଁ ପାଲା କମିଟି ର କର୍ମକର୍ତ୍ତା ମାନେ ବହୁତ ସୁନ୍ଦର ଭାବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ ।
Previous Post Next Post

ADS