Ads

ବୌଦ୍ଧ: ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ପାଣ୍ଡିଆ ଯୋଗଦାନ କରି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ l ଉପଦେଷ୍ଟା ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସମ୍ପାଦକ ଅଞ୍ଜିତ କୁମାର ସାହୁ ଖେଳାଳୀମାନଙ୍କ କୃତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ l  ଗତ ପାଞ୍ଚବର୍ଷରେ ଖେଳାଳିମାନେ ଅନ୍ତର୍ଜାତୀୟ ସ୍ତରରେ  ନଅ ଗୋଟି ସ୍ବର୍ଣ୍ଣ ପଦକ, ଚଉଦଗୋଟି ରୋପ୍ୟ ପଦକ, ପାଞ୍ଚଗୋଟି ବ୍ରୋଞ୍ଚ ପଦକ, ଜାତୀୟ ସ୍ତରରେ ତିନିଗୋଟି ସ୍ବର୍ଣ୍ଣ ପଦକ, ସାତଗୋଟି ବ୍ରୋଞ୍ଚ ପଦକ, ରାଜ୍ୟସ୍ତରରେ ତେତିଶ ଗୋଟି ସ୍ବର୍ଣ୍ଣ ପଦକ, ବାଇଶି ଗୋଟି ରୋପ୍ୟପଦକ, ଅଣତିରିଶ ଗୋଟି ବ୍ରୋଞ୍ଚ ପଦକ, ଜୋନାଲ ସ୍ତରରେ ଅଠସ୍ତରୀ ସ୍ବର୍ଣ୍ଣ ପଦକ, ସତଚାଳିଶ ଗୋଟି ରୋପ୍ୟ ପଦକ, ବତିଶ ଗୋଟି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l 2019 ମସିହାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମୂଥାଇ ପ୍ରତିଯୋଗିତାରେ ନଅ ଗୋଟି ସ୍ବର୍ଣ୍ଣ ପଦକ, ତିନିଗୋଟି ରୋପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରି ଜିଲ୍ଲାର ଗୌରବ ଆଣିବା ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି l  ସଭାପତି ଯଂଗ୍ୟେଶ୍ୱର ମିଶ୍ର ଆସୋସିଏସନର ପ୍ରତିଷ୍ଠା ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଜିଲ୍ଲା ପ୍ରଶାସନକୁ ଅନୁରୋଧ ପରେ ଛାତ୍ରଛାତ୍ରୀମାନଙ୍କୁ ମେଟ ପ୍ରଦାନ କରିଥିବାରୁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଖେଳପାଇଁ ସ୍ୱତନ୍ତ୍ର ପଡିଆ ଓ ମେଟ ପାଇଁ ସ୍ୱତନ୍ତ୍ର କଠୋରୀ ଯୋଗାଇ ଦିଆଗଲେ ଖେଳର ମାନ ବୃଦ୍ଧି ପାଇପାରିବ ବୋଲି ମତ ପ୍ରକାଶ ପାଇଥିଲା l ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଖେଳାଳିମାନେ ହେଲେ ସୁଲଗ୍ନା ମିଶ୍ର, ମନୀଷା ସାହୁ, ସୁନୟନା ମେହେର, ଅଭିନାଶ ମେଣ୍ଡଳି, ରାଜେଶ ମେହେର, ତନ୍ମୟ ବର୍ଦ୍ଧନ ସାହୁ, ଅନ୍ଵେଷା ସାହୁ, ଚନ୍ଦ୍ରପୂଜିତା ମିଶ୍ର, ସାଧନାରାଣୀ ଯେନା, ଅସ୍ମିତ କୁମାର ସାହୁ, ସୁବାଶିଷ ମହିଷାଳ, ସ୍ୱାଗତ ମିର୍ଦ୍ଧା କୃତିତ୍ୱ ଅର୍ଜନ କରିଛନ୍ତି l ବୌଦ୍ଧଜିଲ୍ଲାରୁ ଗୋଟିଏ ବ୍ୟାଚରେ 21 ଜଣ ଛାତ୍ରଛାତ୍ରୀ ବ୍ଲାକବେଲ୍ଟ ହାସଲ କରି ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି l ଜୋନାଲ, ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ, ରୋପ୍ୟ ଓ ବ୍ରୋଞ୍ଚ ପଦକ ହାସଲ କରିବା ସହିତ ବୌଦ୍ଧଜିଲ୍ଲାକୁ କ୍ରୀଡ଼ାବିତମାନେ ଚମ୍ପିୟାନ କରି ଗୌରବ ଆଣି ପାରିଛନ୍ତି l ମୁଖ୍ୟ ଅତିଥି ଶ୍ରୀ ପାଣ୍ଡିଆ ମେଟ ଉଦଘାଟନ କରିବା ପରେ ଖେଳ ପ୍ରଦର୍ଶନ ହୋଇଥିଲା l ଛାତ୍ରଛାତ୍ରୀମାନଙ୍କ ପୁମସି ଓ କ୍ୟୁରୋଗୀ ଖେଳଦେଖିବା ପରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଉପକରଣ ଓ ଭିତ୍ତିଭୁମି ଯୋଗାଇ ଦେବାପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ପାଣ୍ଡିଆ ପ୍ରକାଶ କରିଥିଲେ l ଶେଷରେ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ବିଶ୍ୱରଞ୍ଜନ ସାହୁ, ଅରୁଣ ମେଣ୍ଡଳି, ଲୋକନାଥ ମେହେର, ଅମନ କୁମାର ସାହୁ, ରାମଚନ୍ଦ୍ର ସାହୁ, ତ୍ରିଲୋଚନ ବେହେରା, ସଞ୍ଜୟ ମିର୍ଦ୍ଧା, ପୀତବାସ ମେହେର ପ୍ରମୁଖ ପରିଚାଳନା କରିଥିଲେ l
Previous Post Next Post

ADS