Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ମହାବିଦ୍ଯାଳୟର ଦିବ୍ଯାଙ୍ଗ ଛାତ୍ର ପ୍ରିୟାଂଶୁ ଖମାରୀ ଗତବର୍ଷର ଯୁକ୍ତଦୁଇ ପରୀକ୍ଷାରେ ମୋଟ ୮୬ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର୍ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଚତୁର୍ଥ ସ୍ଥାନରେ ରହିଥିଲେ । ଏଥିସହ  ମେଧାବୀ ଛାତ୍ର ଭାବରେ ସରକାରଙ୍କ ତରଫରୁ ଦିଆଯାଉଥିବା ଲେପଟପ୍ ପାଇବାକୁ ସେ ଯୋଗ୍ଯ ବିବେଚିତ ହୋଇଥିବା ଜଣାପଡ଼ିଛି । ଏନେଇ ପ୍ରଶାସନ ତରଫରୁ ନିକଟରେ ସୂଚନା ମିଳିବା ପରେ ତାଙ୍କ ପରିବାର ଓ ବୁଦ୍ଧିଜୀବୀ ମହଳରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀମାନ ଖମାରୀ ସ୍ଥାନୀୟ ଗୋଡ଼ାଳ ଗ୍ରାମର ଶିକ୍ଷକ ରାଜେଂଦ୍ର ପ୍ରସାଦ ଖମାରୀ ଏବଂ ଗୃହିଣୀ ସଂଧ୍ଯାରାଣୀ ଖମାରୀଙ୍କ ପୁତ୍ର ହୋଇଥିବା ବେଳେ ସେ ଜନ୍ମରୁ ଦୃଷ୍ଟିବାଧିତ ବୋଲି ଜଣାପଡ଼ିଛି । ଛୋଟ ସମୟରୁ ମେଧାବୀ ରହିଥିବା ପ୍ରିୟାଂଶୁ ଆଧ୍ଯାତ୍ମିକ ପ୍ରବଚକ ଭାବରେ  ମଧ୍ଯ ବେଶ ଜଣାଶୁଣା ରହିଛନ୍ତି ।
Previous Post Next Post

ADS