Ads

ବୌଦ୍ଧ: ଜିଲ୍ଲା ବୌଦ୍ଧ ବ୍ଲକ ରକ୍ସା ଗ୍ରାମରେ ଶ୍ରୀ ଶ୍ରୀ  ରଘୁନାଥ  ନାଟ୍ୟ ସଂସଦ ଦ୍ୱାରା ଅନୁଷ୍ଠିତ ନାଟକ ୭୮ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ  ରାମାୟଣ ନାଟକ ଶେଷ ଦିନରେ   ପହଞ୍ଚି କଳାକାରଙ୍କ ଦ୍ଵାରା ରାବଣ ବଧ ସହିତ ରାବଣ ପୋଡି ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଛି । ରାବଣ ପୋଡ଼ି ଉତ୍ସବ ଉପଲକ୍ଷେ ଗ୍ରାମରେ  ପାରାୟଣ ଅନୁଷ୍ଠିତ ହୋଇଯାଇଛି ।  ଆଜି ସନ୍ଧ୍ୟା ସମୟରେ ଅତିଥିମାନଙ୍କୁ ନେଇ ମଞ୍ଚରେ ଫୁଲତୁଡା ଓ ଉତ୍ତରୀୟ ଦେଇ ସମ୍ମାନିତ କରି ରାମାୟଣ ଚରିତ ଉପରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ ।  ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ବିବାହରେ ମାତା ପିତା ଭୂମିକା ତୁଲାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରଯାଇଥିଲା ।ଏଥିରେ   ବୌଦ୍ଧ ପୁର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ  କହ୍ନାଇ ଚରଣ ଡାଙ୍ଗ, ପୂର୍ବତନ ରାଜ୍ୟ ବୟନିକା ସଭାପତି ଶେଷକୁମାର ମେହେର,   ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ଵିଭୂତି ଭୂଷଣ ଡାଙ୍ଗ, ସମିତି ସଭ୍ୟ ଦଳ ଗଞ୍ଜନ ବେହେରା, ପାରାୟଣ ଗାୟିକା ବନ୍ଦିତା ନାଏକ, ପାରାୟଣ ଗାୟକ ଆଶିଷ ଦାଶ, ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଂପାଦକ ପ୍ରେମାନନ୍ଦ ମିଶ୍ର,  ଏହି ଅଂଚଳ ଜଣାଶୁଣା ନାଟ୍ୟ ନିର୍ଦ୍ଦେଶକ, ତଥା ଏହି ମଞ୍ଚରେ ରାବଣ ଭୂମିକାରେ ୭୭ ବର୍ଷରେ ମଧ୍ୟ କଳା ପରିବେଷଣ କରି ବେଶ ପ୍ରଶଂସିତ ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ପରମେଶ୍ୱର ମେହେର, ଗ୍ରାମ ସଭାପତି ରାଧେଶ୍ୟାମ  ମେହେର, ରାଜେନ୍ଦ୍ର ମେହେର, ଗୋଲେଖ ମେହେର  ମଞ୍ଚ ପରିଚାଳନା କରିଥିଲେ ଏହି ଗ୍ରାମର ତଥା     ପ୍ରାନ୍ତଃ ଧର୍ମ ପ୍ରଚାରକ ବିଶ୍ୱ ହିନ୍ଦୁ ପରିଷଦର ପ୍ରଚାର ଦିଲ୍ଲୀପ କୁମାର ମେହେର  ସହିତ ହଜାର ହଜାର ରାମଭକ୍ତ ଉପସ୍ଥିତ ଥିଲେ ।
Previous Post Next Post

ADS