କଟକ: ମହଙ୍ଗା ପଡିଲା ଦାଦା ବଟି ମାଗିବା । ଦାଦାବଟି ମାଗିଆ ଅଭିଯୋଗରେ ୭ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି କଟକ ବାଦାମବାଡ଼ି ଥାନା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଟଙ୍କା ଓ ମୋବାଇଲ୍ ଜବତ କରିଛି ପୋଲିସ । ମିଡିଆ ରିପୋର୍ଟ ଅନୁସାରେ ବାଦାମବାଡ଼ି ବସ୍ ଷ୍ଟାଣ୍ଡ ମଧ୍ୟରେ ଆସୁଥିବା ବସର ହେଲପର, କଣ୍ଡକ୍ଟରମାନଙ୍କ ଠାରୁ ୧୦୦ ଏବଂ ବୁଲା ବିକାଳୀଙ୍କୁ ଭୟଭୀତ କରି ୨୦୦ ଟଙ୍କା ଆଦାୟ କରୁଥିଲେ । ଯିଏ ମନାକରୁଥିଲା ତାକୁ ମିଳୁଥିଲା ଜୀବନରୁ ମାରିଦେବାର ଧମକ୍ । ଏସମ୍ପର୍କରେ ବାଦାମବାଡ଼ି ଥାନାରେ ହୋଇଥିବା ଲିଖତ ଅଭିଯୋଗକୁ ଆଧାର କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଘର ଶଙ୍କରପୁର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଯୋବ୍ରା ଓ ବୟାଳିସ ମୌଜା ଅଞ୍ଚଳର ବୋଲି ଜଣାପଡିଛି ।