Ads

ବଲାଙ୍ଗୀର: ପାଟଣାଗଡ଼ ସ୍ଥିତ ଜବାହାରଲ୍ଲାଲ କଲେଜ ଛାତ୍ରୀ ରଞ୍ଜୁ ଦଣ୍ଡସେନାଙ୍କ ମୃତ୍ୟୁ ଘଟଣାକୁ ଆଜିକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଆଜି ସୁଦ୍ଧା ପୁଲିସ ମୃତ୍ୟୁ ପଛର କାରଣ ସଂପର୍କରେ କୌଣସି ଟେର ପାଇପାରୁନି । ଯାହାକୁ ନେଇ ପରିବାର ଲୋକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରି  ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ । ପରେ ସେମାନେ ଏକ ୪ ଦଫା ସମ୍ୱଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିଗୁଡିକ ମଧ୍ୟରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କୁ ଗିରଫକରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ପାଟଣାଗଡ଼ ଅଞ୍ଚଳରେ ନିଶା କାରବାକୁ ବନ୍ଦ କରିବା ସହ ଛାତ୍ର ଛାତ୍ରୀ ଓ ମହିଳାମାନଙ୍କ ପ୍ରତି ସୁରକ୍ଷାର ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି ।
Previous Post Next Post

ADS