Ads

ଶାଶୁ ବୋହୂ ଝଗଡା ନେଇଗଲା ଶାଶୁଙ୍କ ଜୀବନ । ଘରେ କେହି ନଥିବା ବେଳେ କୌଣସି କାରଣରୁ ଶାଶୁ ଏବଂ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ ଝଗଡା ହେଲା । ଝଗଡା ଶେଷରେ ଜଣଙ୍କ ଜୀବନ ନେଇଗଲା । ମିଳିଥିବା ଖବର ଅନୁସାରେ ଝଗଡାକୁ କେନ୍ଦ୍ର କରି ବୋହୂ ସଙ୍ଗୀତା ଶାଶୁଙ୍କୁ ଧକ୍କା ଦେଇ ହାତ ମୋଡ଼ି ଦେଇ ମାଡ ମାରିଥିଲେ । ଫଳରେ ଶାଶୁ ତଳେ ପଡି ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପିଆରଏମରେ ଭର୍ତ୍ତି କରା ଯାଇଥିଲା । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ବୋହୂ ସଙ୍ଗୀତା ବାପା ଏବଂ ମାଆଙ୍କ ସହିତ ଝଗଡା ଲାଗୁଥିଲେ ବୋଲି ତାଙ୍କ ସ୍ଵାମୀ ସୁମିତ୍ର କର ଅଭିଯୋଗ କରିଛନ୍ତି । ଏନେଇ ଚାନ୍ଦୁଆ ଥାନା ଅଧୀନ ଜମ୍ଭୀରା ଫାଣ୍ଡିରେ ଏକ ମାମଲା ରୁଜୁ ହୋଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛି ।
Previous Post Next Post

ADS