Ads

ନୂଆପଡ଼ା(ଜଗନ୍ନାଥ ସାଗର): ନୂଆପଡ଼ା ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ୍ । ସକାଳୁ ପ୍ରଥମେ ସିନାପାଲି ବ୍ଲକ ନିଲଜି ଗଡ଼ରାମାଲ ଗାଁରେ ପହଞ୍ଚିଛନ୍ତି । ସେଠି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ଏବଂ ଅନେକ ଜନସାଧାରଣ ଲିଖିତ ଅଭିଯୋଗ ମଧ୍ୟ ଦେଇଛନ୍ତି।ପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ କରି ୫-ଟି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି । ସେଠାରେ ସ୍କୁଲ ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେଠାରୁ ବୋଡେନ ସ୍ଥିତ ମିଶନ ଶକ୍ତି କାଫେ ପରିଦର୍ଶନ କରିଛନ୍ତି । ଏହା ପରେ ୫-ଟି ସଚିବ ପାତଳଗଙ୍ଗା ମନ୍ଦିର ଗସ୍ତ କରି ଠାକୁରଙ୍କ ଦର୍ଶନ କରି ଭୋଗ ସେବନ କରିଛନ୍ତି । ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ପାଇଁ ଲୋକଙ୍କ ସହ ଆଲୋଚନା କରିଛନ୍ତି ପୂର୍ବାହ୍ନରେ ଖଡ଼ିଆଳ ଉପଖଣ୍ଡ ସ୍ଥରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ହସ୍ପିଟାଲ ଯୋଜନ ଉପରେ ଆଲୋଚନା ।କୋମନା ବ୍ଳକ କୋନାବିରା ଗାଁରେ ନୂତନ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ । ମଧ୍ୟାହ୍ନରେ ସୁନାବେଡ଼ା ଅଭୟାରଣ୍ୟ ଅଧିନ ସୁନାବେଡ଼ା ସ୍ଥିତ ସୁନାଦେଇଙ୍କ ଦର୍ଶନ କରି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟ ସମେତ ଅଭୟାରଣ୍ୟର ବିକାଶ ପାଇଁ କିଛି ନୂଆଁ ଯୋଜନା ଓ ପ୍ରକଳ୍ପ ଦେବେ ବୋଲି ଆଶା ବାନ୍ଧିଛନ୍ତି । ପରେ ନୂଆପଡ଼ା ସରକାରୀ ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆହାର କେନ୍ଦ୍ର ପରିଦର୍ଶନ  । ଅପରାହ୍ନରେ ପତୋରା ସ୍ଥିତ ଯୋଗେଶ୍ବର ମନ୍ଦିର ପରିଦର୍ଶନ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମନ୍ଦିର ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କ ସହ ଆଲୋଚନ। ପରେ ନ୍ୟାସନାଳ କଲେଜରେ ସାମାଜିକ ସଂଗଠନ ଅଭିଯୋଗ ଶୁଣିବାର କାର୍ଯ୍ୟକ୍ରମ ରେ ମଧ୍ୟ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଓ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛିା
Previous Post Next Post

ADS