Ads

ଝାରସୁଗୁଡ଼ା: ବିଜେଡି ହାତେଇଲା ଝାରସୁଗୁଡ଼ା ଉପନିର୍ବାଚନ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୬୧୯ ଭୋଟରେ ବିଜୟ ଲାଭ କରିଛନ୍ତି । ବିଜୟ ହେବାପରେ ଝାରସୁଗୁଡାରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । ଦୀପାଳି ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ରୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠୁ ୪୮, ୬୧୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଖଣ୍ଡ ଭୋଟ ମିଳିଛି ।
Previous Post Next Post

ADS