Ads

ବୌଦ୍ଧ: କୋଭିଡ ସେଣ୍ଟର ସଂଜିବନୀ ଠାରେ ଆଜି ଡାଇଲିସିସ ସେଣ୍ଟରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଉଦ୍‌ଘାଟନ କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ଜୟକୃଷ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲାପାଳ ସତ୍ୟରଂଜନ ସାହୁ ଯୋଗଦେଇଥିଲେ । ଉତ୍ସବକୁ ଜିଲ୍ଲା କାର୍ଯକ୍ରମ ସଂଯୋଜକ ରୂପକ ମହାପାତ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ,  ଜନ ସ୍ବାସ୍ଥ୍ୟ ଅଧିକାରୀ-ଡାକ୍ତର ମଦନ ମୋହନ ପ୍ରଧାନ, ଜିଲ୍ଲା ଚିକିତ୍ସା ମୁଖ୍ୟ- ଡାକ୍ତର ସଂଘମିତ୍ରା ପଣ୍ଡା, ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l  ଉତ୍ସବରେ ସମସ୍ତ  କର୍ମଚାରୀ,  ଗଣମାଧ୍ୟମ ପ୍ରତିନିଧିଙ୍କ ସମତେ ସାଧାରଣ ଲୋକେ ସାମିଲ ହୋଇଥିଲେ ।
Previous Post Next Post

ADS