Ads

ବୌଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରୁଜନା ଗ୍ରାମରେ ଜନୈକ ବ୍ୟକ୍ତିଙ୍କୁ ଗୁରୁବାର ଦିନ କେହି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ଆଜି ଗାଁ ମୁଣ୍ଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ନାମ ସମାରୁ ଗେଜ ବୋଲି ଜଣାପଡିଛି । ସମାରୁ ଗୁରୁବାର ଗାଈ ଚରାଇବାକୁ ଗ୍ରାମ ପଡିଆକୁ ଯାଇ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସମାରୁଙ୍କ କୌଣସି ପତ୍ତା ପାଇନଥିଲେ । ଏନେଇ ପରିବାର ଲୋକେ ମନମୁଣ୍ଡା ପୋଲିସକୁ ସୂଚନା ଦେଇଥିଲେ । ଆଜି ସମାରୁଙ୍କ ମୃତଦେହ ଗାଁ ମୁଣ୍ଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସମାରୁଙ୍କୁ କେହି ଦୃର୍ବୁତ୍ତ ହତ୍ୟା କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି । ଏଭଳି ଏକ ନିର୍ମମ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
Previous Post Next Post

ADS