Ads

ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ବୋଡ଼େନ ବ୍ଲକରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ଵାରା ବୋଡ଼େନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ବିଶ୍ଵ ଆଦିବାସୀ ଦିବସ  ପାଳିତ ହୋଇଅଛି ।ଉକ୍ତ ସଭାରେ ଗୌଣ୍ଡ ଆଦିବାସୀ ସଂଘ ବୋଡ଼େନ ବ୍ଲକ ସଭାପତି ମଝିଆ ମାଝୀ ସଭାପତିତ୍ବ କରିଥିବା ବେଳେ ଆଇନଜୀବୀ ଘାସିରାମ ମାଝୀ ଆଦିବାସୀ କଲ୍ୟାଣ ସଂଘ୍ ଜିଲ୍ଲା ସଭାପତି ମୁଖ୍ୟ ଅତିଥି ,ସୋମନାଥ ଖମାରୀ ଜିଲ୍ଲା ସମ୍ପାଦକ ମୁଖ୍ୟ ବକ୍ତା ରୂପେ ଅଭିଷିକ୍ତ ଏବଂ ବିଶିଷ୍ଟ ଅତିଥି ରୂପେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ,ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ପ୍ରସନ୍ନ କୁମାର ମାଝୀ,ଜିଲ୍ଲା ସଭାପତି କନ୍ଧ ସମାଜ ଧନୀରାମ୍ ଭୋଇ,ଜିଲ୍ଲା ସଭାପତି ଗୋଣ୍ଡ ସମାଜ ଦିବ୍ୟ ସିଂ ମାଝୀ,ସଂଯୋଜକ ଆଦିବାସୀ କଲ୍ୟାଣ ସଂଘ କରୁଣା ଶଙ୍କର ମାଝୀ,ବ୍ଲକ ସଭାପତି କୋମନା ଭକ୍ତରାମ ଶବର ଓ ହରି ମାଝୀ,ବ୍ଲକ ସଭାପତି ଖରୀଆର ବିହାରୀ ଲାଲ ମାଝୀ ,ସଭାପତି ଭୁଞ୍ଜିଆ ସମାଜ ତୁଳା ରାମ ଚିନ୍ଦା,ପୂର୍ବତନ ଜିଲ୍ଲା ପରିଷଦ ଗିରି ରାଜ ମାଝୀ ,ନବ ଖଣ୍ଡ ଶବର ସମାଜ ପ୍ରେମ ସିଂ ବିଶ୍ଵାଳ,ବ୍ଲକ ଉପ ସଭାନେତ୍ରୀ ଯଜ୍ଞସେନି ମାଝୀ ,ସମିତି ସଭ୍ୟ ମିନାକ୍ଷୀ ମାଝୀ, ତ୍ରିନାଥ ମାଝି , ଛାତ୍ର ସଭାପତି ବୋଡ଼େନ ବ୍ଲକ ହେମଧର ମାଝି ସମେତ ଅନେକ ଆଦିବାସୀ 
ଯୋଗଦେଇ ଦେଶରେ ଆଦିବାସୀ ଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ଯେପରିକି ବନ ସଂମରକ୍ଷଣ ବିଲ, ୟୁସିସି, ମଣିପୁରରେ ହେଉ ଥିବା ହିଂସା, ନିୟମଗିରିରେ ଡ଼ଙ୍ଗରିଆ କନ୍ଧଙ୍କ ଉପରେ ହେଉଥିବା ଅତ୍ୟାଚାର, ଛତିଶଗଡ ଆଦିବାସୀ ମାନଂକୁ ପୋଲିସର ଏନକାଉଣ୍ଟର, ସିଭିଲ କୋଡ଼, ପେସା ଆଇନ, ସମ୍ବିଧାନ, ଜଳ ଜଙ୍ଗଲ ଜମିନ, ଏଟ୍ରୋସିଟି ଆଦି ଆଦିବାସୀ ଙ୍କ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆଦିବାସୀ ଉପରେ ଅନ୍ୟାୟ ହେଲେ ତ୍ରିବ ବିରୋଧ କରାଯିବା ନେଇ ଆଲୋଚନା ହୋଇଥିଲା । ବିଶେଷତଃ ଆଦିବାସୀ ଛାତ୍ରଛାତ୍ରୀ ଯେପରି ଉତ୍ତମ ଶିକ୍ଷା ଗ୍ରହଣ ସହିତ ଆତ୍ମନିର୍ଭଶୀଳ ହୋଇପାରିବେ ସେନେଇ ଆଲୋଚନା ହୋଇଥିଲା ଉଭୟ ସ୍ଥାନରେ ପାରମ୍ପରିକ ନାଚ ଗୀତ ସହ ବହୁ ସଂଖ୍ୟାରେ ଆଦିବାସୀ ସାମଲି ହୋଇ ସହର ପରିକ୍ରମା କରିଥିଲେ । ଶାନ୍ତି ଶୃଙ୍ଖଳା ନିମିତ୍ତ ବୋଡ଼େନ ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀଙ୍କ ତତ୍ତ୍ଵାବଧାନରେ ପୋଲିସ ବାହିନୀ ସୁରକ୍ଷା ପ୍ରଦାନ କରିଥିଲେ ।ଆଦିବାସୀଙ୍କ ବିଭିନ୍ନ ବିକାଶ ନିମନ୍ତେ ତହସିଲଦାର ରାଜେଶ କୁମାର ମେହେରଙ୍କୁ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ଦିନରେ ନୂଆପଡ଼ାର ଅତୀତ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝୀ ଓ ସ୍ବର୍ଗତ ଦୁର୍ଯ୍ୟୋଧନ ମାଝୀ ଙ୍କ ଅବଦାନ ମଧ୍ୟ ଅତୁଳନୀୟ ବୋଲି ମଞ୍ଚାସିନ ଅତିଥି ମତ ପ୍ରକାଶ ରଖିଥିଲେ ।
Previous Post Next Post

ADS