ଫୁଲବାଣୀ(ବୈଦ୍ୟନାଥ ନାଏକ): ଫୁଲବାଣୀ ସଦର ମହକୁମା ସ୍ଥିତ ସ୍ଥାନୀୟ ବନାନୀ କଳାସଙ୍ଗମ ଠାରେ କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନ ସଙ୍ଗଠନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ୍ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା କଳିଙ୍ଗ ସାମ୍ବାଦିକ ସଂଘ ଉପ ସଭାପତି ଡ.ଅରୂପ କୁମାର ଜେନା, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଜିଲ୍ଲା ସାମ୍ବାଦିକ ସଂଘ ସଂପାଦକ ଅଶୋକ ପରିଡ଼ା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ଆଇନ ଜୀବୀ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା, ଓ ୟୁ ଜେ ଜିଲ୍ଲା ସଭାପତି ଅଶୋକ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବର୍ତମାନ ଯୁଗ ହେଉଛି ଡିଜିଟାଲ ମିଡିଆ ର ଯୁଗ l ଆଉ ସବୁଠୁ ଖୁବଶୀଘ୍ର ବିଜୁଳି ବେଗରେ ନିଉଜ ଡିଜିଟାଲ ମିଡ଼ିଆ ରେ ହିଁ ପ୍ରକାଶ ପାଉଛି l ଏଣୁ ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନେ ନିଷ୍ଠା ଓ ଆନ୍ତରିକତା ର ସହ ସତ୍ୟ ସମ୍ବାଦ ପରିବେଷଣ କରିବା ପାଈଁ ପରାମର୍ଶ ଦେଇଥିଲେ l
ଏହି ସଙ୍ଗଠନ ସାମ୍ବାଦିକ ମାନଙ୍କ ସ୍ବାର୍ଥ ରକ୍ଷା ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି ସଭାପତି ସୁନୀଲ ପଟ୍ଟନାୟକ କହିଥିଲେ l
ଏହି ସଙ୍ଗଠନ ସୁଚାରୁରୂପେ ପରିଚନା ନିମନ୍ତେ ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା l ସର୍ବସମ୍ମତି କ୍ରମେ କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ ସଭାପତି ଭାବେ କ୍ଷିତିଶ କୁମାର ମଲ୍ଲିକ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ଶିବରାମ ନାୟକ, ସାଧାରଣ ସମ୍ପାଦକ ଭାବେ ସୁଧୀର କୁମାର ମହାରଣା, ସହ ସମ୍ପାଦକ ଭାବେ ସଞ୍ଜୀବ କୁମାର ପ୍ରଧାନ, ଓ କୋଷାଧ୍ୟକ୍ଷ ଭାବେ ରଞ୍ଜିତ ଦିଗାଲ ଙ୍କୁ ସର୍ବସମ୍ମତି କ୍ରମେ ମୋନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟି ସଭାପତି ଭାବେ ସୁଶ୍ରୀ ମମତା କଁହର ଙ୍କୁ ମୋନନୀତ କରାଯାଇଥିଲା
ସେହିପରି ବରିଷ୍ଠ ସାମ୍ୱାଦିକ ଡ, ଅରୁପ କୁମାର ଜେନା, ସୁନୀଲ ପଟ୍ଟନାୟକ ଓ ଅଶୋକ ପରିଡ଼ା ପରାମର୍ଶ ଦାତା ରୁପେ ମନୋନୀତ ହୋଇଥିଲେ l ତତ ସହିତ
ସାତ ଜଣ ଙ୍କୁ ସଦସ୍ୟ ଓ ସଦସ୍ୟା ଙ୍କୁ କାର୍ଯ୍ୟକାରି କମିଟି ସଦସ୍ୟ ସଦସ୍ୟା ଭାବେ ମନୋନୀତ କରାଯାଇଥିଲା ।
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟନାରାୟଣ ବେହେରା, ଶ୍ରୀମତୀ ନିବେଦିତା ଖାଡଙ୍ଗା, ଅଚ୍ୟୁତ କୁମାର ସେଠୀ, ଅଜିତ କୁମାର ଦିଗାଲ,ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ନାୟକ,ପ୍ରଶାନ୍ତ କୁମାର ବେହେରା, ଲଲିତ ମଲିକ, ଯତୀନ ମଲିକ, ଚିନ୍ମୟ ବେହେରା, ଗୋଲକ ବିହାରୀ କଁହର, ଶିବ ପ୍ରସାଦ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ l