ନୂଆପଡ଼ା(ଜଗନ୍ନାଥ ସାଗର):ଜିଲ୍ଲା ସିନାପାଲି ବ୍ଲକ ସଦର କାପସି ଅଙ୍ଗନୱାଡ଼ି କେନ୍ଦ୍ର-୨ ଠାରେ ସମନ୍ଵିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ୨୦ ଜଣ ପୁଅ ଝିଅଙ୍କୁ ପୋଷାକ ଓ ଜୋତା ବଣ୍ଟନ କଲେ ଅଙ୍ଗନୱାଡ଼ି ଦିଦି ଯାଜ୍ଞସେନି ସୁନାନି ।ଏହି ସମନ୍ଵିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ସିନାପାଲି ସେକ୍ଟର ର ଅନେକ ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କ ରେ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅନେକ ଗର୍ଭବତୀ ମାଁ, ପ୍ରସୂତି ମାଁ ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।
Tags
Odisha Latest News