Ads

ନୂଆପଡ଼ା(ଜଗନ୍ନାଥ ସାଗର):ଜିଲ୍ଲା ସିନାପାଲି ପ୍ରେସ କ୍ଲବ ଠାରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ଏହି ଅବସର ରେ ସିନାପାଲି ପ୍ରେସ କ୍ଲବ ର ସଭାପତି ଅଜିତ ଯୋଷୀଙ୍କ ସଭାପତିତ୍ବ ରେ ସାମୁହିକ ପତାକା ଉତ୍ତୋଳନ କରଯାଇଥିଲା। ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ବିଶିଷ୍ଟ ଅତିଥି ଭାବରେ ସିନାପାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଳିତ ସୁନାରି ଯୋଗଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ କୁମାର ନାଏକ, ବିକାଶ ଖର୍ସେଲ, ସନ୍ତୋଷ ବାଗ, ରାହୁଲ ରଣା, ଜଗନ୍ନାଥ ସାଗର ଗୟାରାମ ମେହେର, ବିହାରୀ ଧର୍ମେନ୍ଦ୍ର ଗହିର ଲାଲ ଜଗତ,  ଯୁଧିଷ୍ଟିର ମହାନନ୍ଦ, ରମେଶ ଜଗତ, ରମେଶ ମେହେର, ପତ୍ରବନ୍ଧୁ ବାଗ, ପରମେଶ୍ବର ମେହେର, ସମେତ ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ।
Previous Post Next Post

ADS