ବୌଦ୍ଧ: ବିଶ୍ୱ ଜନଜାତି ଦିବସ ଉପଲକ୍ଷେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ବ୍ଲକ , ଆଦିବାସୀ ବହୁଳ ବାଇସପଡା ଗ୍ରାମରେ ଜିଲ୍ଲା କଂଗ୍ରେସ ଦ୍ୱାରା ଆଦିବାସୀ ଗୌରବ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସଚରେ ଜିଲ୍ଲା କଂଗ୍ରେସ ସଭାପତି ଏବଂ ପ୍ରଦେଶ କଂଗ୍ରେସ ସମ୍ପାଦିକା ତଥା ପର୍ଯ୍ୟବେକ୍ଷକ ଶ୍ରୀମତୀ ବିଳାସିନୀ ନାୟକଙ୍କୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ସଭାସ୍ଥଳ ନିକଟ କୁ ସମବେତ ଜନତା ପାଛୋଟି ଆଣି ଥିଲେ । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ସଭାପତିତ୍ୱ କରି ବର୍ତମାନ ର ବିଜେପି ସରକାର ଏବଂ ରାଜ୍ୟର ବିଜେଡ଼ି ସରକାର ମିଳିମିଶି ଆଦିବାସୀ ସମ୍ପ୍ରଦାୟ ଙ୍କୁ ଯେଉଁ ଭଳି ଭାବେ ଅବହେଳା ଏବଂ ଶୋଷଣ କରୁଛନ୍ତି ସେଥି ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରି ସମବେତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ । ସଭାର ଅନ୍ୟତମ ଆକର୍ଷଣ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ନାୟକ ମଣିପୁର ପ୍ରସଙ୍ଗ ଉପସ୍ଥାପନ କରିବା ସହ ଏହି ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର କୁ ରାଜ୍ୟର ବିଜେଡ଼ି ସରକାର ଯେଉଁ ସମର୍ଥନ କରୁଛି ତାହାର ଘୋର ନିନ୍ଦାକରିଥିଲେ , ଏତଦ ବ୍ୟତୀତ ଶ୍ରୀମତୀ ନାୟକ ରାଜ୍ୟର ବିଜେଡ଼ି ସରକାର ଦ୍ୱାରା ବିଭିନ୍ନ ସମୟରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ କଟୁ ସମାଲୋଚନା କରିଥିଲେ । ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରୁ ପିସିସି ସଭ୍ୟ ଗଣେଶ ପ୍ରସାଦ ଅଗ୍ରୱାଲ , କ୍ଷେତ୍ରବାସୀ ପ୍ରଧାନ , ବଂଶୀଧର ଯାନୀ, ଚିତ୍ରସେନ ମଲ୍ଲିକ, ନାରାୟଣ ଦେହୁରୀ, ଶାନ୍ତନୁ ମହାପାତ୍ର, ସମରେଶ ମିଶ୍ର ପ୍ରମୁଖ ଦେଶ ସ୍ୱାଧୀନତା ପରଠାରୁ କଂଗ୍ରେସ ଦଳ ଆଦିବାସୀ ସମ୍ପ୍ରଦାୟ ଙ୍କୁ ଜମି, ଜଳ, ଜଙ୍ଗଲ ଆଦି ଯେଉଁ ମୌଳିକ ସୁବିଧା ଯୋଗାଇ ଦେଇଥିଲା ତାହା ବର୍ତମାନ ର ବିଜେପି ବିଜେଡ଼ି ସରକାର ଯେଉଁ ଭଳି ଭାବେ ଛଡାଇ ନେଇଛନ୍ତି , ସେ ସମ୍ପର୍କରେ ଆଲୋକ ପାତ କରି ଥିଲେ |
ଆଜିର କାର୍ଯ୍ୟକ୍ରମ ରେ ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ , ପୌଲସ୍ତି ପ୍ରଧାନ , ପ୍ରଦ୍ୟୁମ୍ନ ଦାଶ, ଗଣେଶ ଲୌରିଆ , ନିରାକାର ବେହେରା , ରମା ବେହେରା , ଝୁନୁ ବଘାର , ବେଣୁଧର ମେହେର , ଗୋପାଳ ବାଘ ପ୍ରମୁଖ ସକ୍ରିୟଭାବେ ଅଂଶ ଗ୍ରହଣ କରିଥିଲେ |
ଏହି ସମାରୋହରେ ଆଦିବାସୀ ସମ୍ପ୍ରଦାୟର ଅବସର ପ୍ରାପ୍ତ CRPF ଯବାନ ଶ୍ରୀଯୁକ୍ତ ପ୍ରଦୀପ କୁମାର ମଲ୍ଲିକ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା , ଏତଦ ବ୍ୟତୀତ ପିତାମ୍ବର କହ୍ନର , ଲମ୍ବୋଦର କହଂର , ନାରାୟଣ ଦେହୁରୀ , ଦୈମତି ମାଝି , ଉର୍ମିଳା ପ୍ରଧାନ, ପ୍ରତାପ ଯାନୀ ଙ୍କ ସମେତ ଆଉ କେତେକ ମହିଳା ସମାଜ ସେବିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପରିଶେଷରେ ଖରଭୂଇଁ ଗ୍ରାମର ରାଧାମାଧବ କୃଷ୍ଣଗୁରୁ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ବାଇସ ପଡା ଗ୍ରାମବାସୀଙ୍କ ସହଯୋଗ କୁ ଜିଲ୍ଲା କଂଗ୍ରେସ ତରଫରୁ କୃତଜ୍ଞତା ଦେଇଥିଲା ।