Ads

କଟକ: କଟକ ବାରଙ୍ଗ ଛକ ନିକଟରେ ଅବକାରୀ ବିଭାଗ ଚଢାଉ କରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ୨ ଜଣ ଗିରଫ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ, ଆଠଗଡ଼ରୁ ଏକ ଗାଡି ଆସୁଥିବା ଖବର ପାଇ ଅବକାରୀ ବିଭାଗ ଏହି ଗାଡିକୁ ପିଛା କରିଥିଲେ । ଗାଡି ପିଛା କରୁଥିବା ଦେଖି ଗାଡିକୁ ଦ୍ରୁତ ଗତିରେ ନେଇଥିଲେ । କିନ୍ତୁ ଅବକାରୀ ବିଭାଗ ଗାଡିକୁ ଅଟକାଇବାରେ ସଫଳ ହୋଇଥିଲା । ଏପିରିକି ଦୁଇ ଜଣ ଚାଲାଣକାରୀଙ୍କୁ ଗୋଡେଇ ଗୋଡେଇ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ । ଏହାସହ ସେମାନଙ୍କ ନିକଟରୁ ୧୦୪୦ ଲିଟର ଦେଶୀ ମଦ ଜବତ କରିବା ସହ ଗାଡିକୁ ମଧ୍ୟ ଜବତ୍ କରିଛି ଅବକାରୀ ବିଭାଗ ।
Previous Post Next Post

ADS