Ads

ବୌଦ୍ଧ: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ବୈଜନ୍ତ ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ବୌଦ୍ଧ ସଦର ମହାନଦୀ ତଟରେ ଥିବା "ବାବା ଚନ୍ଦ୍ରଚୁଡ ମନ୍ଦିର" ଠାରେ ଆୟୋଜିତ  ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ୨୨.୧.୨୪ ରେ ଯାଉଥିବା ବେଳେ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇ ନିଜେ ଶ୍ରମ ଦାନ କରିବା ସହିତ ଜିଲ୍ଲା ବିଜେପିର ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ ଆଲୋଚନା କରିଥିଲେ ।
       ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ ୫୦୦ ବର୍ଷ ପାଇଁ ଅଯୋଧ୍ୟାରେ ରାମଲାଲଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ସାରା ଭାରତରେ ଦେଶର ଜନ ସାଧାରଣ ଶ୍ରୀରାମଙ୍କୁ ସ୍ଵାଗତ କରିବା ପାଇଁ ଉତ୍ସାହିତ ଅଛନ୍ତି। ଏହା ଆମ ପାଇଁ ଗର୍ବ ଓ ଗୌରବର ଅବସର । ପ୍ରଭୂ ଶ୍ରୀ ରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଓ ତୀର୍ଥ ସ୍ଥାନକୁ ସ୍ଵଚ୍ଛ ରଖିବା ପାଇଁ ଶ୍ରମଦାନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ସେହିପରି ଜାନୁଆରୀ ୨୨ ତାରିଖ ଦିନ ଟିକୁ ଦୀପାବଳୀ ଉତ୍ସବ ଭାବରେ  ପାଳନ କରିବା ପାଇଁ  ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି।
     ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପଣ୍ଡା ଙ୍କ ସହିତ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି, ଜିଲ୍ଲା ବିଜେପି ର ବରିଷ୍ଠ ନେତା ଶ୍ରୀ ସଚିଦା ନନ୍ଦ ଦଲାଲ, କହ୍ନେଇଁ ଚରଣ ଡାଙ୍ଗ, ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ମାଗୁଣି ଗାଈ ଗୌରୀଆ, କର୍ଣ୍ଣେଲ ଶିଶିର କୁମାର ଘୋଷ, ସ୍ମିତାରାଣୀ ମହାନ୍ତି ,ସୁଶାନ୍ତ କୁମାର ମହାନ୍ତି , ବ୍ୟୋମକେସ ମହାପାତ୍ର, ବନମାଳୀ ରଣା, ମନୋରଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ ।
Previous Post Next Post

ADS