Ads

"ବୌଦ୍ଧ ଜିଲ୍ଲାର ମୌଳିକ ଅସୁବିଧା ବିଷୟରେ ଆଲୋଚନା "

ବୌଦ୍ଧ: ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ କମିଟି ବୌଦ୍ଧ ଗସ୍ତରେ ଆସିଥିବା ମହାମହିମ୍ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବୀର ଦାସଙ୍କ ସହିତ ଜିଲ୍ଲା ସର୍କିଟ ହାଉସ ଠାରେ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଜିଲ୍ଲାରେ  ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ବିଗତ ୨୩ ବର୍ଷ  ଧରି ଶାସନ କାଳରେ, ହୋଇଥିବା ବିଭିନ୍ନ ଲୋକଙ୍କର ଆପତ୍ତି ଦରଖାସ୍ତ ଦାଖଲ କରିବା ସହିତ ଆଲୋଚନା କରିଥିଲେ । ମହାମହିମ ରାଜ୍ୟପାଳ ସମସ୍ତ ପ୍ରକାରର ଅଭିଯୋଗ କୁ ଶୁଣିବା ସହିତ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତଶ୍ରୁତି ପ୍ରଦାନ କରିବା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ କଠୋର ପରିଶ୍ରମ କରିବାକୁ ସମସ୍ତ ଙ୍କୁ ଉପଦେଶ ପ୍ରଦାନ କରିଥିଲେ। 
ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ, ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ, ସଂଗ୍ରାମ ବେହେରା,ସରୋଜ ପ୍ରଧାନ, ଯୁଗଳ କିଶୋର ସାମଲ ପ୍ରମୁଖ ଯୋଗଦାନ୍ କରି ବିଭିନ୍ନ ଦାବି ଜଣାଇଥିବା ବିଜେପି ସଭାପତି ସୂଚନା ଦେଇଛନ୍ତି ।
Previous Post Next Post

ADS