Ads

ବଲାଙ୍ଗୀର(ଦୁର୍ଯ୍ୟୋଧନ ବର୍ଗେ): ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ତରଫରୁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ତିନି ଜଣ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତଦାନ କଲେ  ସାମ୍ବାଦିକ । ସଂଘର ସଭାପତି କରୁଣା କର  ବୁଡ଼େକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି  କାର୍ଯ୍ୟକ୍ରମରେ ପ୍ରଥମେ ଡାକ୍ତରଖାନର ଦାୟୀତ୍ବରେ ଥିବା ଚିକିତ୍ସାଧିକାରୀ ସୁବ୍ରତ ମେହେରଙ୍କ ସହ ନର୍ସ , କର୍ମଚାରୀ ମାନଙ୍କୁ ନେଇ ସଂଘ ର ଏକ ଲୋଗୋ ଶୁଭ ଉନ୍ମୋଚନ କରାଯାଇ ଥିଲା । ପରେ ସଦସ୍ୟ ମାନେ ଡାକ୍ତରଖାନାରେ ଚିକିତ୍ସାହେଉଥିବା ସମସ୍ତ ୱ।ର୍ଡ ର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିବା ବେଳେ କୁଶାବାହାଲି ,ଦଳଦଳୀ ,ଡାଙ୍ଗବାହାଲ ଗାଁର ଚିକିତ୍ସିତ ହେଉଥିବା ତିନିଜଣ ରୋଗୀଙ୍କୁ ରକ୍ତ  ଆବଶ୍ୟକ ହେତୁ ସଂଘ ତିନି ଜଣ ସଦସ୍ୟ ତଥା ସାମ୍ବାଦିକ ଚନ୍ଦ୍ରଶେଖର ବରିହା, ଶେଷଦେବ ସିଂ ନାଏକ, ରଘୁ ରଣା ରକ୍ତଦାନ କରିଥିଲେ । ସାମ୍ବାଦିକ ମାନଙ୍କ ଏପରି ମହତ କାମକୁ ଡାକ୍ତର ଶ୍ରୀ ମେହେର ପ୍ରଶଂସା କରିଥିଲେ । ଏଥିରେ ସଂଘର ଉପସଭାପତି ଗୋରେଖ ନାଥ ବରିହା, ସଂପାଦକ ବିମଳ କୁମାର ବାଗ, ଉପଦେଷ୍ଟା ଜଗଦୀଶ ଭୋଇ, ସହ ସଂପାଦକ ଗୁଣନିଧି ପୁଟେଲ, ପ୍ରଦୀପ କୁମାର ପୁରୋହିତ, ଲଲିତ ମଲ୍ଲିକ,   ଚନ୍ଦ୍ରଶେଖର ବରିହା, ଶେଷଦେବ ସିଂ ନାଏକ, ପିତରାଜ ଧରୁଆ, ଅଭିମନ୍ୟୁ ବାଗ, ରଘୁନାଥ  ରଣା, ଘନ ବରିହା, ଦୁର୍ଯ୍ୟୋଧନ ବର୍ଗେ ପ୍ରମୁଖ  ଉପସ୍ଥିତ  କରିଥିଲେ ।
Previous Post Next Post

ADS