Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବହିରା ଛକ ନିକଟରେ ଭୋର ୫ଟା ସମୟରେ ଟ୍ରକ୍ ଓ଼  ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ ଟ୍ରକ୍ ଟି ସୋନପୁର-ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ ବୋଲେରୋ ସହିତ ବହିରା ଛକ ନିକଟରେ ମୁହାଁମୁହିଁ ଧକାହୋଇଥିଲା । ଯାହା ଫଳରେ ବଲେରୋରେ ଥିବା ପ୍ରାୟ ୧୨ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଦମକଳବାହିନି ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଉଁଶୁଣୀ ମେଡିକାଲରେ ଭର୍ତି କରିଥିବା ବେଳେ ପରେ ସୋନପୁର ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ଅନ୍ୟପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Previous Post Next Post

ADS