ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପୁଲିସ ପାଟ୍ରୋଲିଂ ସମୟରେ ବେଆଇନ ଭାବରେ ଦୁଇଟି ୧୦ ଚକିଆ ଟ୍ରକରେ ୪୦ ଟନ୍ କୋଇଲା ଚୋରାଚାଲାଣ ହେଉଥିବାର ଯାଞ୍ଚ ସମୟରେ ଜଣାପଡିଥିଲା । ଟ୍ରକ ଚାଳକଙ୍କ ପାଖ ରେ କୋଇଲା ଚାଲାଣ ପାଇଁ ଆବଶ୍ୟକ କୌଣସି କାଗଜାତ ନଥିବାରୁ କୋଇଲା ବୋଝେଇ ହୋଇଥିବା ଦୁଇଟି ଯାକ ଟ୍ରକ୍ ଜବତ କରି ଦୁଇଜଣ ଡ୍ରାଇଭର ମୁକେଶ କୁମାର, ଅନିଲ କୁମାର ଏବଂ ହେଲପର୍ ବାବୁଧନ କୁମାରକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ଆଇଆଇସି ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି । ଏସଂକ୍ରାନ୍ତି ରେ ମାଇନ୍ସ ଏଣ୍ଡ ମିନେରାଲ୍ସ ଆକ୍ଟ ( ରେଗୁଲେସନ ଏଣ୍ଡ୍ ଡେଭଲପମେଣ୍ଟ ଆକ୍ଟ ) ରେ ଦୁଇଟି ମାମଲା ଋଜୁ କରାଯାଇ ଥିବା ସୂଚନା ମିଳିଛି I