Ads

ବୌଦ୍ଧ:ପୂର୍ବାହ୍ନରେ ଉପ-ନିର୍ଦ୍ଦେଶକ,(ଉତ୍ତରାଞ୍ଚଳ ) ସୂଚନା ଓ ଲୋକ ସମ୍ପର୍କ ବିଭାଗ, ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାଶ   ଦିନିକିଆ ଗସ୍ତରେ ଆସି ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ l କାର୍ଯ୍ୟାଳୟର ସମସ୍ତ  ରେକର୍ଡ, ରେଜିଷ୍ଟର ନଥି ପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଫାଇଲଗୁଡିକୁ ନିରୀକ୍ଷଣ କରିଥିଲେ l  ପରେ  ପରେ  ଜ଼ିଲ୍ଲା ପାଠାଗାର ବୁଲି  ପାଠାଗାର  କକ୍ଷ, ଚିଲଡ୍ରେନସ କର୍ଣ୍ଣର, ବରିଷ୍ଠ ନାଗରିକଙ୍କ ପଠନ କକ୍ଷରେ ପାଠକ, ପାଠିକା, ବରିଷ୍ଠ ନାଗରିକ ଙ୍କ ସହ ପାଠାଗାର  ବିଷୟରେ ପଚାରି  ବୁଝିଥିଲେ l ଏଥି ସହିତ ଜ଼ିଲ୍ଲା ପାଠାଗାରରେ ପାଠକ, ପାଠିକା ଅଧିକ  ଆସି  ଅଧ୍ୟୟନରେ ମନ  ଦେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ l ପାଠାଗାରରେ ଆବଶ୍ୟକ ପୁସ୍ତକ, ଆଲମିରା,ଖବରକାଗଜ  ରଖିବା ପାଇଁ ଯାଗା କମ ଥିବାରୁ  କାର୍ଯ୍ୟାଳୟର ଉପରେ ପ୍ରଥମ ମହଲା  ତିଆରି ପାଇଁ  ପୂର୍ତ୍ତ ବିଭାଗ ରୁ  ନକସା ଏବଂ ଏଷ୍ଟି ମେଟ ପ୍ରସ୍ତୁତ କରି  ଜ଼ିଲ୍ଲାପାଳଙ୍କ ସୁପାରିସକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ କର୍ମଚାରୀ କମ  ଥିବାରୁ  ଅତିଶୀଘ୍ର କର୍ମଚାରୀ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ l କର୍ମଚାରୀଙ୍କୁ ସମୟାନୁବର୍ତ୍ତିତl, କର୍ମତତ୍ପର, ମିଷ୍ଟଭାଷୀ, ଗଣମାଧ୍ୟମ ପ୍ରତିନିଧି, ଜନସାଧାରଣ ଙ୍କ ସହ ସୁସମ୍ପର୍କ ସ୍ଥାପନ ଏବଂ ଲୋକଙ୍କ ପାଇଁ ଉତ୍ତମ ସେବା ଦେବା ପାଇଁ ନିର୍ଦେଶ ଦେଇଥିଲେ l ଏଥି  ସହିତ ଜ଼ିଲ୍ଲା ପ୍ରଶାସନ ସହ  ସୁସମନ୍ୱୟ ରଖି  କାମ  କରିବା ପାଇଁ ନିର୍ଦେଶ ଦେଇଥିଲେ l ଏହି ପରିଦର୍ଶନ ସମୟରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ରିତାକାନ୍ତି ବଳିୟାର  ସିଂହ, ଗ୍ରନ୍ଥl ଗାରିକ  ଅକ୍ଷୟ କୁମାର ମହାକୁଡ଼, କନିଷ୍ଠ ରାଜସ୍ୱ  ସହାୟକ  ମଣ୍ଟୁ ପାଣ୍ଡେ, କର୍ମଚାରୀ ବୀରକିଶୋର  କର୍ମୀ ଉପସ୍ଥିତ ଥିଲେ ।  ସନ୍ଧ୍ୟା ରେ ଶ୍ରୀମତୀ ଦାଶ ପୁରୁଣା ସୂଚନା କେନ୍ଦ୍ର ଓ ପାଠାଗାର ତଥା  ସଂସ୍କୃତି ଭବନ ଏବଂ ଜ଼ିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ  l ଜ଼ିଲ୍ଲା ସଂଗ୍ରହାଳୟ ଦେଖି  ଖୁସି  ବ୍ୟକ୍ତ କରିଥିଲେ l
Previous Post Next Post

ADS