ଭବାନୀପାଟଣା:କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀ ନିବାସ ଭିତରୁ ସକାଳରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ନାମ ତୋଫାଲି ନାଏକ ଓ ସେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡିଛି। ସେହିପରି ତାଙ୍କ ଘର ଥୁଆମୂଲ ରାମପୁର ବ୍ଳକ ଅନ୍ତର୍ଗତ ବିରୋକୋଟ ଗାଁର ବୋଲି ସୂଚନା ମିଳିଛି। ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରି ନ ଥିବାବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।