Ads

ଭବାନୀପାଟଣା: କଳାହାଣ୍ଡି ଜିଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ। ଏହି ଅବସରରେ ଜିଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରୁଛନ୍ତି। ଜୁନାଗଡ଼ ଆର୍‌ଏମ୍‌ସି ଅଧୀନରେ ଥ‌ିବା ତଳ ଜରିଙ୍ଗ, ଜୁନାଗଡ଼ ଓ ବଣିଜରା ମଣ୍ଡି ପରିଦର୍ଶନ କରି ଭିତ୍ତଭୂମି ଦେଖିବା ସହ ଚାଷୀଙ୍କ ସମସ୍ୟା ବୁଝିଥିଲେ। ଜୁନାଗଡ଼ ଆର୍‌ଏମ୍‌ସିକୁ ଯାଇ ବିଭିନ୍ନ ମଣ୍ଡିରେ ଲାଗିଥ‌ିବା ସିସିଟିଭି ମଧ୍ଯ ଯାଞ୍ଚ କରିଥିଲେ। ରାଜ୍ୟରେ ଭାଜପା ସରକାର ଆସିଲେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା କରାଯିବ ବୋଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲୁ। ସରକାର ଆସିବା ପରେ ଏହି ପ୍ରତିଶ୍ରୁତି ପୂରଣ କରୁଛି ବୋଲି କହିଥିଲେ। ଏଥିପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଚାଷୀମାନେ ମଧ୍ଯ ଧାନ ବିକ୍ରି କରି ୩୧ ଶହ ଟଙ୍କା ପାଇଥିବା ନେଇ ମନ୍ତ୍ରୀଙ୍କୁ କହିଥିଲେ। ଏହି ସମୟରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, କଳାହାଣ୍ଡି ଜିଲାପାଳ ପାୱାର୍ ସଚିନ ପ୍ରକାଶ, ଉପଜିଲାପାଳ ଧୀମାନ ଚକମା ପ୍ରମୁଖ ଉପସ୍ଥିତ ଥିଲେ।
Previous Post Next Post

ADS