କେନ୍ଦୁଝର: ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ଖୋଲାର ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳୁ ବିଜୁ ପରିଡ଼ାକୁ ଏକ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରମିଳା ପଲେଇ ଆହତ ହୋଇ ଆନନ୍ଦପୁର ଚିକତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବିଜୁ ପରିଡା ଆଜି ସକାଳୁ ଏକ ଖାସି ନେଇ ବିକ୍ରି କରିବାକୁ ଯାଉଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କ ଭୁଜାଲିର ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶାଶୁ ପ୍ରମିଳା ପଲେଇ ଆହତ ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।