Ads

ମୟୂରଭଞ୍ଜ: ଜିଲାର ଉଦଳା- ବୈଶଙ୍ଗା ରାସ୍ତାର ଜୟପୁର ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ନିକଟରେ ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ୧୦ ଶ୍ରମିକ ଆହତ ହୋଇଛନ୍ତି। ଗୋପବନ୍ଧୁନଗର ବ୍ଲକ୍ ଅନ୍ତର୍ଗତ ଆରପଟା ଅଞ୍ଚଳରୁ ୧୬ଜଣ ଶ୍ରମିକଙ୍କୁ ନେଇ ପିକ୍‌ଅପ୍ ଭ୍ୟାନ୍ ଟି ଉଦଳା ଅଭିମୁଖେ ଯାଉଥ‌ିବା ବେଳେ ଅସ୍ତିଆ ନିକଟରେ ବାମ ପାର୍ଶ୍ବ ପଛ ଚକଟି ଫାଟିଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଭ୍ୟାନ୍ ଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଆହତ ଶ୍ରମିକମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଘାସିରାମ ସିଂ, କାବେରୀ ସିଂ, ତାରିଣୀ ଦଳେଇ, ରେଖା ସିଂ, ଜଗନ ସିଂ, ବୈଶାଖୀ ସିଂ, କବିତା ସିଂ, ବାପୁଲି ସିଂ, ଲତା ସିଂ ଓ ତପନ ସିଂ। ଆହତମାନେ ଆରପଟା ଓ ବଡ଼ସାହି ବ୍ଲକ୍ ବେଗୁନିଆବଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ପାଇ ଉଦଳା ପୋଲିସ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିଛି।
Previous Post Next Post

ADS