ସମ୍ବଲପୁର: ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଙ୍ଘ, ସମ୍ବଲପୁର ଜୋନର ସାଧାରଣ ପରିଷଦ ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ସେ କହିଛନ୍ତି ଯେ, ଜଙ୍ଗଲ ହଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ଦେଶ ସ୍ବାଧୀନତ ନେତୃତ୍ବ ବିକଶିତ ହୋଇଛି । ଫରେଷ୍ଟ କଭରେଜ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ରାଜ୍ୟର ସର୍ବାଧିକ ଜଙ୍ଗଲ ସଂପଦ ରହିଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ସମ୍ବଲପୁର ଅନ୍ୟତମ । ୨୦୨୫ରୁ ୨୦୭୦ ଅର୍ଥାତ ଆସନ୍ତା ୪୫ ବର୍ଷ ମଧ୍ୟରେ ଆମର ଜଙ୍ଗଲ ପରିସୀମାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ।
ସେ ଆଗକୁ କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତିକୁ ରାଜ୍ୟରେ ବିଧିବଦ୍ଧ ଭାବେ ଲାଗୁକରିବା ପାଇଁ ନିଷ୍ପତ୍ତ ନେଇଛନ୍ତି ଓଡ଼ିଶା ସରକାର । ଏହି ଶିକ୍ଷାନୀତି ଅନୁଯାୟୀ, ଯେଉଁ ପାଠ୍ୟକ୍ରମ ପ୍ରସ୍ତୁତ ହେବ, ସେଥିରେ ଓଡ଼ିଶାର ଜଙ୍ଗଲ- କେନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଶିକ୍ଷା ଦିଆଯିବ । ଜଙ୍ଗଲ ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଠ । ଜଙ୍ଗଲ ସାଙ୍ଗେ ଆଦିବାସୀ ଭାଇଭଉଣୀ ମାନଙ୍କର ଜୀବନ-ଜୀବିକା ଯୋଡି ହୋଇରହିଛି । ଅତୀତରେ ଜଙ୍ଗଲରୁ ହିଁ ଦେଶ ସ୍ବାଧୀନତାର ନେତୃତ୍ବ ବିକଶିତ ହୋଇଥିଲା ବୋଲି ସେ କହିଛନ୍ତି I