Ads

କଳାହାଣ୍ଡି: ଜିଲାର କୋକସରା ବ୍ଲକ ଡ଼ହଗାଁ ହାଇସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ବାପ ଓ ପୁଅଙ୍କ ମଧ୍ୟରୁ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସରେ ଗୁରୁତରଙ୍କୁ ପଥମେ କୋକସରା ଓ ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମତେ ଶାଗ ବାହିଲି ଗ୍ରାମରୁ ନିଜ ଶ୍ବଶୁର ଘର ଡୋଙ୍ଗରିଗୁଡା ଗ୍ରାମକୁ ବାପ ପୁଅ ଏକ ବାଇକ୍‌ରେ ଆସୁଥ‌ିବା ବେଳେ ଡ଼ହଗାଁ ହାଇସ୍କୁଲ ଛକ ନିକଟରେ ଏକ ଗାଡି ବାଇକକୁ ପଛ ପଟରୁ ଧକ୍କା ଦେଇ ଫେରାର ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା I ଖବର ପାଇ କୋକସରା ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ I
Previous Post Next Post

ADS