ବାଉଁଶୁଣୀ: ଗୁରୁବାର ଦିନ 11 ଘଣ୍ଟା ସମୟରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବାଉଁଶୁଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି I ଶ୍ରୀ ଡାଙ୍ଗ ସେଠାରେ ପହଞ୍ଚିବା ପରେ ବିଦ୍ୟାଳୟରେ ସମସ୍ତ କର୍ମକର୍ତ୍ତା ତାଙ୍କୁ ପାଛୋଟି ନେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ଉକ୍ତ ଅବସରରେ ବିଧାୟକ ଶ୍ରୀ ଡାଙ୍ଗ ଛାତ୍ର ଛାତ୍ରୀଙ୍କୁ ପାଠ ପଢି ଦେଶର ଜଣେ ଜଣେ ଭଲ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ | ବିଦ୍ୟାଳୟର ସମ୍ପାଦକ ସୁନୀଲ ବାରିକ, କୋଷାଧ୍ୟକ୍ଷ ଚିତ୍ତ ରଞ୍ଜନ ମେହେର, ସଦସ୍ୟା ଜୟନ୍ତୀ ମେହେର, ଅନୀତା ଅମାତ, ସଦାନନ୍ଦ ମିଶ୍ର, ସଂକୁଳ ପ୍ରମୁଖ ଦଶରଥ ମେହେର, ପ୍ରଧାନ ଆଚାର୍ଯ୍ୟ ଦଧି ବାମନ ରଣା ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |
Tags
odisha