Ads

ବୌଦ୍ଧ: କେନ୍ଦ୍ର ସରକାର ଙ୍କ ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ( ନେହରୁ ଯୁବ କେନ୍ଦ୍ର ) 
ବୌଦ୍ଧ ତରଫରୁ ଜ଼ିଲ୍ଲା ସ୍ତରୀୟ ଯୁବ ଉତ୍ସବ  କାର୍ଯ୍ୟକ୍ରମ ମା ମାହେଶ୍ଵରୀ କଲେଜ ବାଉଁଶୁଣି ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଶ ରଥ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ମା ମାହେଶ୍ଵରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଡ, ମାହେଶ୍ଵରୀ ଜୁନିୟର କଲେଜର ଅଧକ୍ଷ ମନୋରଞ୍ଜନ ତ୍ରିପାଠୀ ସମାଜ ସେବୀ ଓମ୍ ପ୍ରକାଶ ମିଶ୍ର, ନେହେରୁ ଯୁବା କେନ୍ଦ୍ରର ଯୁବା ଅଧିକାରୀ ନଭନୀତ କୁମାର,ପ୍ରମୁଖ ଯୋଗଦେଇଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଜ୍ଞାନ ମେଳା, ଚିତ୍ରାଙ୍କନ, କବିତା, ବକୃତା,ମୋବାଇଲ ଫୋଟୋ ଚିତ୍ର, ସାଂକୃତିକ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରତି ଯୋଗିତା ବୌଦଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ର ମୁଖ୍ୟ  ଉଦ୍ଦେଶ୍ୟ ଜ଼ିଲ୍ଲା ସ୍ତରରେ ଲୁକାୟତ ହୋଇଥିବା ଯୁବା ପ୍ରତିଭା ନିଜର ଦକ୍ଷତା ପ୍ରଦର୍ଶନ କିରିବା ର ଗୋଟେ ମାଧ୍ୟମ ବୋଲି ଏବଂ ଏହି ମାଧ୍ୟମରେ ଜଣେ ଜ଼ିଲ୍ଲା ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ନିଜର ଦକ୍ଷତା ଦେଖେଇ ପାରିବ ବୋଲି ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଯୁବକ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମ ର ମୁଖ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ବିଜୟୀ ପ୍ରତି ଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି,ପ୍ରମାଣ ପତ୍ର ଓ ଅର୍ଥ ରାଶି ପ୍ରଦାନ କରା ଯାଇଥିଲା l ବୈଠକ ରେ ମା ଇ ଭାରତ (ନେହରୁ ଯୁବ କେନ୍ଦ୍ର ) ବୌଦର ସହ କର୍ମୀ ଆଶ୍ମନ୍ ମହାକୁଡ  ମୁଖ୍ୟ ଅତିଥି, ସନମାନିତ ଅତିଥି ଓ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସୁପ୍ରିୟା ଦେହୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l
Previous Post Next Post

ADS