ବୌଦ୍ଧ: ବୌଦ୍ଧ କଚେରୀ ଖେଳ ପଡିଆଠାରେ ଜିଲ୍ଲା ଜର୍ଣାଲିଷ୍ଟ ଫୋରମ ଦ୍ଵାରା ଆୟୋଜିତ ବୌଦ୍ଧ ପୁସ୍ତକମେଳା ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗଦେଇ ପୁସ୍ତକ ମେଳାକୁ ଉଦଘାଟନ କରିଥିଲେ । ସଭାକାର୍ଯ୍ୟ ପରେ ଅତିଥିମାନେ ସମସ୍ତ ପୁସ୍ତକ ଷ୍ଟଲ୍ ବୁଲି ଦେଖିଥିଲେ । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ପୁସ୍ତକମେଳା ଉଦ୍ଘାଟନ ପୂର୍ବରୁ ପୁରୁଣାକଟକ ମା ଭୈରବୀଙ୍କ ପୀଠରୁ ଅଖଣ୍ଡ ଦୀପ ଅଣାଯାଇ ପୁସ୍ତକମେଳା ମଞ୍ଚରେ ସ୍ଥାପିତ ହୋଇଥିଲା। ଏଥିରେ ଫୋରମର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।