Ads

ବୌଦ୍ଧ: କେତେ ବିଶ୍ୱାସ ଓ ଭରସାରେ ଅଭିଭାବକମାନେ ପିଲାଙ୍କୁ କନ୍ୟାଶ୍ରମରେ ଛାଡୁଛନ୍ତି I ଆଶାରଖୁଛନ୍ତି ପିଲା ଆମର ଭଲ ପାଠ ପଢ଼ିବ ଓ ବଡ଼ ମଣିଷ ହେବ, ହେଲେ କିଛି ସ୍ୱାର୍ଥପର କର୍ମଚାରୀଙ୍କ ଯୋଗୁଁ ଆଜି ପିଲାଙ୍କୁ ଆଶ୍ରମରେ ଛାଡ଼ିବାକୁ ମଧ୍ୟ ଭୟ ଲାଗୁଥିବା ଅଭିଭାବକ ମହଲରେ ଆଲୋଚନା ହୁଏ I ଏହାର କାରଣ ହେଉଛି ଗତ ଶନିବାର ଦିନ ଘଟିଥିବା ଘଟଣା I କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଆମ୍ବଗାଁ ଉଚ୍ଚ ବିଦ୍ୟାଳୟ କନ୍ୟାଶ୍ରମରେ ରହି ପାଠ ପଢ଼ୁଥିବା ପ୍ରାୟ 14/15 ଜଣ ଦଳିତ ଛାତ୍ରୀଙ୍କୁ ସାହତ୍ୟ ଶିକ୍ଷୟତ୍ରୀ ମମିତା ମେହେର ଛୋଟ ଜାତି, ହୀନ ଜାତି,ଗଣ୍ଡା, ଦରିଦ୍ର ଜାତି ଆଦି ଜାତିଆଣ ଆକ୍ଷେପ କରି ଗାଳି ଦେଵା ସହ ମାଡ଼ ମାରିଛନ୍ତି। ଏଥିରେ ଛାତ୍ରୀମାନେ ଖଣ୍ଡିଆ ହେବା ସହ ଲହୁ ଲୁହାଣ ହୋଇ ଜୀବନ ଭୟରେ ରହୁଛନ୍ତି। ଉକ୍ତ ଘଟଣାକୁ ନେଇ କଣ୍ଟମାଳ ଥାନାରେ ପୀଡିତାର ପିତା ପଙ୍କଜ ବାଣ୍ଡକି ଲିଖିତ ଭାବେ ଏତଲା ଦେଇଛନ୍ତି। ଅନ୍ୟପଟେ ଏ ଘଟଣାକୁ ନେଇ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦର ସଭାପତି ପ୍ରଦୀପ କୁମାର ମହାନନ୍ଦ ନେତୃତ୍ବରେ ଏକ ଟିମ୍ ଉପଜିଲ୍ଲାପଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଅବଗତ କରିଚନ୍ତି I 
Previous Post Next Post

ADS