ଯାଜପୁର: ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ଏକ ପ୍ରତିଷ୍ଠିତ କଲେଜର ଯୁକ୍ତ ୩ ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ଯୌନ ନିର୍ଯାତନା ଦେବା ସହ କ୍ଳାସ୍ରୁମ୍ରେ ବଳାତ୍କାର ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ଚାପି ଦେଲେ ମାର୍କ ବଢ଼ାଇ ଦିଆଯିବ, ନଚେତ୍ ମାର୍କ କାଟି ଦିଆଯିବ ବୋଲି ଅଧ୍ୟାପକ ଏବଂ ଅଧ୍ଯକ୍ଷ ଧମକ ଦେଇଥିବା ଛାତ୍ରୀ ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ନାମରେ ବରୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି।