Ads

ବୌଦ୍ଧ: ଜିଲ୍ଲା ବିଜେପି ପକ୍ଷରୁ ଗୁରୁପୂର୍ଣ୍ଣିମା ଅବସରରେ ଗୁରୁମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବଦ୍ଧନା ଜଣାଇଥିଲେ । ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ପ୍ରେମନନ୍ଦ ମିଶ୍ର, ନଗର ମଣ୍ଡଳ ସଭାପତି ଗଜେନ୍ଦ୍ର ସାହୁ ଏବଂ ବିଜେପିର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ କିର୍ତ୍ତନ ଗୁରୁ କୃଷ୍ଣଚନ୍ଦ୍ର ଲେଙ୍କା ଓ ସୁରେଶ ଚନ୍ଦ୍ର ବେହେରା, ନୃତ୍ୟ ଗୁରୁ ପ୍ରେମଜିତ୍ ଝାଙ୍କର୍, ଦଣ୍ଡ ନୃତ୍ୟ ଗୁରୁ ଗୋପୀନାଥ ମାଝି ଓ ମଙ୍ଗଳୁ ଲୋଇ ଆଦି ଗୁରୁ ମାନଙ୍କୁ ପୂଜନ କରାଜାଇଥୂଲା । ସେହି ଭଳି ଜିଲ୍ଲାର ମନମୁଣ୍ଡା ମଣ୍ଡଳରେ ବିଜେପିର ବରିଷ୍ଠ ନାରୀ ନେତ୍ରି କଲ୍ୟାଣୀ ମିଶ୍ରଙ୍କ ଦ୍ବାରା ଅନେକ ସଂଗୀତ ଗୁରୁ, ନୃତ୍ୟ ଗୁରୁ, ନାଟ୍ୟ ଗୁରୁ, ଦଣ୍ଡ ନୃତ୍ୟ ଗୁରୁ, ଆଦି ଗୁରୁ ମାନଙ୍କୁ ଗୁରୁ ପୁଜନ ଓ ସମ୍ବଦ୍ଧନା କରଯାଇଥିଲା। ଜିଲ୍ଲାର ମଣ୍ଡଳ ଗୁଡିକର ବିଭିନ୍ନ ସ୍ଥାନ ମାନଙ୍କରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରାଜାଇଛି ।
Previous Post Next Post

ADS