ନୂଆପଡା (ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ଆମ୍ୱ ବଗିଚା ଠାରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର ଆସୋସିଏସନ ତଥା ସଂଲଗ୍ନ ଭାରତୀୟ ମଜଦୁର ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ଜିଲ୍ଲା ସଭାନେତ୍ରୀ ଲୋଭା ଲୁହାର ଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଜିଲ୍ଲା ସଭାନେତ୍ରୀ କବିତା ସାହୁ ଙ୍କ ସଭାପତିତ୍ୱରେ ଅଙ୍ଗନୱାଡି କର୍ମୀ ଉର୍ମିଲା ସୁନାନୀ ମଂଚ ପରିଚାଲନା କରିଥିଲେ। ମୁଖ୍ଯ ଅତିଥି ଭାବେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର ଆସୋସିଏସନ ତଥା ସଂଲଗ୍ନ ଭାରତୀୟ ମଜଦୁର ସଂଘ ର ସଂଗଠନ ମନ୍ତ୍ରୀ ସୁଶ୍ରୀ ଅଞ୍ଜଳି ପଟେଲ ଯୋଗଦାନ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ନୂଆପଡା ଜିଲ୍ଲା ସଭାନେତ୍ରୀ ଚନ୍ଦ୍ରପ୍ରଭା ପାଣିଗ୍ରାହୀ, ସଭାନେତ୍ରୀ ଲୋଭା ଲୁହାର, ଖଡିଆଳ ବ୍ଲକ ଅଙ୍ଗନୱାଡି ସଂଘ ସମ୍ପାଦିକା ଗୀତାଞ୍ଜଳି ବିଶି, ସଭାନେତ୍ରୀ ରେଶ୍ମାବାଣୁ, କୋମନା ବ୍ଲକ ଅଙ୍ଗନୱାଡି ସଂଘ ସଭାନେତ୍ରୀ ରଶ୍ମିତା ପ୍ରଧାନ, କୁମୁଦିନୀ ଭୋଇ ପ୍ରମୁଖ ମଂଚାସିନ ଥିଲେ। ପ୍ରଥମେ ମଂଚାସିନ ଅତିଥି ମାନଙ୍କୁ ଭାନୁମତୀ ଭୋଇ, ତରୁଲତା ଭୋଇ,ବନିତା ଜଗତ, ଡୋଲାମଣି ମାଝି, ବେଲମତି ମାଝି ଫୁଲତୋଳା ଉପଢୌକନ ଦେଇ ସ୍ୱାଗତ କରିଥିଲେ। ମଂଚାସିନ ଅତିଥି ମାନେ ଭାରତମାତା ଓ ମାଁ ସରସ୍ୱତୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ବଳିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଶ୍ରୀ ମତି ପଟେଲ ଉକ୍ତ ସଂଘର ଏକତା ହିଁ ବଲ ସଂଘର ମଜବୂତ ରଖିବା ଓ ସରକାର ଙ୍କ ଠାରେ ଯେଉଁ ଦାବୀ ଗୁଡିକ ପ୍ରଦାନ କରାଯାଇଛି ସେହି ଦାବୀ ଯଦି ପୁରଣ ନହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କୁ ଓଲ୍ଲାଇବା ନେଇ ନିଜର ମତ ପ୍ରକାଶ କରିଥିବା ବେଲେ ସମ୍ମାନିତ ଅତିଥି ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ। ଏହି ବୈଠକ ରେ ସିନାପାଲି ଅଙ୍ଗନୱାଡି କର୍ମୀ ସଂଘ ର ୮ଟି କ୍ଲଷ୍ଟର ର ଅଙ୍ଗନୱାଡି କର୍ମୀ ଙ୍କ ସହମତି ରେ ସିନାପାଲି ବ୍ଲକ ଅଙ୍ଗନୱାଡି ସଂଘ ସଭାନେତ୍ରୀ ଭାବେ କବିତା ସାହୁ ଓ ସମ୍ପାଦିକା ଭାବେ ଉର୍ମିଲା ସୁନାନୀ ଙ୍କୁ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଷମାବତି ଦୁରୀଆ, ସଂଗୀତା ହଂସ, ଶାନ୍ତି ବାଗ, ବନିତା ବାଗ, ଉଷାବତି ନିଆଲ, କୈକେୟୀ ନିଆଲ, ରତ୍ନମାଳା ନିଆଲ, ସତ୍ୟଭାମା ସେନାପତି, ଭାନୁମତୀ ମହାନନ୍ଦ, ଶୁସିଲା ମେହେର, ତପସ୍ୱିନୀ ମାଝି, ସକୁନ୍ତଲା ଭୋଇ, ମଥୁରା ଦଣସେନା, ରଂଜୁଲା ଜଗତ, ଟୁନି ମେହେର, ରିନା ବାଗ, ସୁପ୍ରକେଶି ପ୍ରଧାନ ସମେତ ଜିଲ୍ଲା ର ସଦର ବ୍ଲକ ଓ କୋମନା ଖଡିଆଳ,ସିନାପାଲି ଅଙ୍ଗନୱାଡି କର୍ମୀ ମାନେ ଶହଶହ ସଂଖ୍ଯା ରେ ଉପସ୍ଥିତ ଥିଲେ। ଶେଷରେ ଅଙ୍ଗନୱାଡି କର୍ମୀ ଗୋପାବାଲି ନାୟକ ଧନ୍ଯବାଦ ଅର୍ପଣ କରି ସଭା ସାଙ୍ଗ କଲେ।
ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର ଆସୋସିଏସନର ସଭାନେତ୍ରୀ ଭାବେ କବିତା ସାହୁ ଓ ସମ୍ପାଦିକା ହେଲେ ଉର୍ମିଲା.
newodishatv.co.in
Tags
Odisha Latest News