ବୌଦ୍ଧ: ଜିଲ୍ଲା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ପରିସର ରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଶୃଙ୍ଖଳିତ ଜୀବନ ଚରିତ୍ର ଗଠନ କରିବାପାଇଁ ପ୍ରବର୍ତ୍ତାଇଥିବା ବେଳେ ବିଭାଗୀୟ ମୁଖ୍ୟ ଡ.ଶରତ ଚନ୍ଦ୍ର ପତି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ର ଜୀବନରେ ଅର୍ନ୍ତଦୃଷ୍ଟି ସମ୍ପନ୍ନ ହୋଇ ଉତ୍ତମ ଚରିତ୍ର ଗଠନ ପୂର୍ବକ ସଫଳତାର ଶିର୍ଷକୁ ପହଞ୍ଚିବାପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଅଧ୍ୟାପିକା ବାସନ୍ତି ପଧାନ . ଓଡିଆ ଅଧ୍ୟାପିକା ତପସ୍ବିନୀ ପ୍ରଧାନ . ଓଡିଆ ଅଧ୍ୟାପକ ଡ.ଦାଶରଥି ବିଶ୍ବାଳ ,ଅଧ୍ୟାପକ ତ୍ରିନାଥ ରଣା ଅତିଥି ଭାବରେ ଯୋଗଦେଇଥିଲେ । ଆୟୋଜିତ ସମାରୋହରେ ଯୁକ୍ତ ତିନି ଦ୍ବି୍ତୀୟ ପର୍ଯ୍ୟାୟ ଛାତ୍ରୀ କୁମାରୀ ଶ୍ରଦ୍ଧାଞଳି ସାହୁ ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ବିଦାୟ କାଳୀନ ଉପହାର ପ୍ରଦାନକରି ମହାବିଦ୍ୟାଳୟରେ ବିତିଯାଇଥିବା ବିଗତ ଦିନର ମଧୁର ସ୍ମୃତିକୁ ମନେପକାଇ ସଭିଏଁ ନିଜସ୍ବ ଶୈଳିରେ ଶୃତିଚାରଣ କରି ବିଦାୟକାଳୀନ ସମାରୋହକୁ ବେଶ ଉପଭୋଗ କରିଥିଲେ । ଶେଷରେ ଯୁକ୍ତ ତିନି ଚତୁର୍ଥ ପର୍ଯ୍ୟାୟର ଛାତ୍ରୀ ଜୟଶ୍ରୀ ଖେତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ସମାରୋହରେ ଓଡିଆ ସାହିତ୍ୟ ଓ ଭାଷା ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ କରି ବିଦାୟ କାଳୀନ ସଭାକୁ ସାଫଲ୍ୟ ମଣ୍ତିତ କରିଥିଲେ ।
Tags
Odisha Latest News