ବଲାଙ୍ଗୀର : ଯୁବତୀଙ୍କ ଗଳାକାଟି ହତ୍ୟା ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ନିଖେଳନଗରରେ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଶେଷାଦ୍ରୀ ନାଗ । ସେ ବୁଧବାର ଦିନ ଜେଏସଏମ କମର୍ସ କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ । ଯୁବତୀଙ୍କ ବାପା - ମା ' ଦିନ ମଜୁରିଆ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଝିଅକୁ କେହି ହତ୍ୟା କରିଥିବା ବାପା ମକତଧ୍ଵଜ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ଟାଉନ ଥାନା ପୋଲିସ ସହ ଏସପି ହୃଷିକେଶ ଖୁଲାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।