Ads

ବୌଦ୍ଧ: ପନଖି ଚୋଟରେ ମହିଳାଙ୍କ ମୃତ୍ୟୁ ! ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ପଲସପାଟ୍ ଗ୍ରାମରେ । ମିଳିଥିବା ପ୍ରାକ୍ ସୂଚନା ଅନୁସାରେ ଆଜି ପଲସପାଟ ଗ୍ରାମରେ ଦିନ ୪ଟା ସମୟରେ ଚାରିଶମ୍ଭୁ ଦଣ୍ଡ ଯାତ୍ରା ଚାଲୁଥିଲା ପ୍ରାୟ ୫.୩୦ମି ସମୟରେ ହଠାତ୍ ଜଣେ ବ୍ୟକ୍ତି ଗ୍ରାମର ସୂର୍ଯ୍ୟକାନ୍ତି ପ୍ରଧାନ(୩୫) ନାମକ ଜଣେ ମହିଳାଙ୍କୁ ଦଉଡେଇ ପନଖିରେ ଆକ୍ରମଣ କରିଥିଲା । ସେ ବ୍ୟକ୍ତି ଜଣକ ଚାରିଶମ୍ଭୁ ଦଣ୍ଡରେ ଆସିଥିବା ଜଣେ ଦଣ୍ଡୁଆ ବୋଲି କୁହାଯାଉଛି । ଏହି ଆକ୍ରମଣରେ ମହିଳାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ହତ୍ୟା ଅଭିଯୁକ୍ତକୁ ଗ୍ରାମବାସୀ କାବୁ କରି ନିସ୍ତୁକ ମାଡମାରିଥିବା ଜଣାପଡିଛି । ଏ ଘଟଣାକୁ ନେଇ ଗ୍ରାମରେ ଚାପାଉତ୍ତେଜନା ଦେଖାଦେଇଛି । ଖବର ପାଇ ବାଉଁଶୁଣୀ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରିରଖିଛି । ଅନ୍ୟପଟେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
Previous Post Next Post

ADS