ନୂଆପଡା(ଜଗନ୍ନାଥ ସାଗର): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜବହର ନବୋଦୟ ବିଦ୍ୟାଳୟ ତରବୋଡ ରେ କୌଣସି କାମରେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ଆସିଥିବା ବେଳେ ନବୋଦୟ ରେ ପାଠ ପଢୁଥିବା ପୁଅ ଝିଅ ଙ୍କ ଅଭିଭାବକ ଏବଂ ସ୍ଥାନୀୟ ଲୋକ ନୂଆପଡ଼ା ଜିଲ୍ଲା ଙ୍କୁ ବିଦ୍ୟାଳୟ ସମ୍ମୁଖରେ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ।ଦାବି ଗୁଡ଼ିକ ହେଲା ପ୍ରତିଦିନ ଠିକ ଭାବେ କ୍ଲାସ ହେଉନାହିଁ ଯାହା ଫଳରେ ରେ ପିଲା ଙ୍କ ଶିକ୍ଷା ଗୁଣାତ୍ମକ ବିକାଶ ହୋଇପାରୁନାହିଁ ,ପିଲା ଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଛି ,ପିଇବା ପାଣି ସୁବିଧା ନାହିଁ ଓ ଦୀର୍ଘ ୪ବର୍ଷ ହେବ ପାଣି ଟାଙ୍କି ଙ୍କୁ ସଫା କରାଯାଇ ନାହିଁ,ନିୟମିତ PTC ମିଟିଂ ହୋଇନାହିଁ,ରାତ୍ରି ସମୟ ରେ ମଧ୍ୟ ପିଲା ମାନେ ବିଦ୍ୟାଳୟ ର ବାହାରେ ବୁଲୁ ଥିବା ଦୃଶ୍ୟ ନଜରକୁ ଆସିଛି । ଯେହେତୁ ବର୍ତ୍ତମାନ ର ଅଧ୍ୟକ୍ଷା ସମସ୍ୟା ର ସମାଧାନ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ତେଣୁ ପିଲା ଙ୍କ ର ଉଜ୍ବଳ ଭବିଷ୍ୟତ ପାଇଁ ଅଭିଭାବକ ମାନେ ଅଧ୍ୟକ୍ଷା ଙ୍କୁ ଅନ୍ୟତ୍ର ବଦଳି କରାଯାଉ,ଏମିତି ୯ଟି ଦାବି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି।ଯଦି ଏଥି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନ ଯାଏ ତାହା ହେଲେ ଆଗାମୀ ଦିନରେ ସମସ୍ତ ଅଭିଭାବକ ମାନେ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ତରବୋଡ ନବୋଦୟ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ କଲେ ଅଭିଭାବକ
newodishatv.co.in
Tags
Odisha Latest News