Ads

ଫୁଲବାଣୀ(ବୈଦ୍ୟନାଥ ନାଏକ): ଡିଭିଜନ ବିଦ୍ୟୁତ ଷ୍ଟୋର ରେ ବହୁବର୍ଷ ଧରି ସିକ୍ୟୁରୀଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିବା ଗରିବ ନିରୀହ କର୍ମଚାରୀ ଙ୍କୁ ମୋଟା ଅଙ୍କର ଅର୍ଥଲୋଭରେ  କାମରୁ ଛଟେଇ କରି ଦେଇଥିବା ହେତୁ କର୍ମଚାରୀ ମାନେ ଡିଭିଜନ ବିଦ୍ୟୁତ ଷ୍ଟୋର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ରେ ବସିଥିବା ଦେଖିବା କୁ ମିଳିଛି। ସୂଚନାଯୋଗ୍ୟ। ଫୁଲବାଣୀ ଡିଭିଜନ ବିଦ୍ୟୁତ ଷ୍ଟୋର ରେ  ଷ୍ଟୋର ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ସୀମାଞ୍ଚଳ ମହାନ୍ତି,ଜଗନ୍ନାଥ ସାହୁ,ମନୋରଞ୍ଜନ ମୁଖୀ ଏବଂ ସୁରେଶ ତରାଇ ନାମକ ୪ ଜଣ କର୍ମଚାରୀ ଦୀର୍ଘ ୨୦ ରୁ ଉର୍ଦ୍ଧ୍ବ ଷ୍ଟୋର  ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରିଆସୁଥିଲେ। ଯେଉଁ ମାସିକ ସ୍ୱଳ୍ପ ବେତନ ପାଉଥିଲେ ପରିବାର ଚଳାଇବା ରେ ବହୁତ କଷ୍ଟ ହେଉଥିଲେ ମଧ୍ୟ ଦୁଖଃ କଷ୍ଟରେ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ବର୍ତ୍ତମାନ ଡିଭୀଜନ ବିଦ୍ୟୁତ କାର୍ଯ୍ୟ ନିମନ୍ତେ ନୂତନ କଣ୍ଟାକ୍ଟର ଦାୟିତ୍ୱ ନେବା ହେତୁ ଏହି ବହୁ ଦିନ ଧରି କାମ କରୁଥିବା ଷ୍ଟୋର ସିକ୍ୟୁରୀଟି ଗାର୍ଡ କର୍ମଚାରୀ ଙ୍କୁ ତୁମର ଯୋଗ୍ୟତା ନାହିଁ,ତୁମେ କାମ କରିବା ପାଇଁ ଅ ସମର୍ଥ ତୁମର ବୟସ ନାହିଁ । ବୟସ ଅଧିକ ହୋଇଗଲାଣି ବୋଲି କହି ଅନ୍ୟ ଯୁବକ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଗ୍ରହଣ ଏହି କର୍ମଚାରୀ ଙ୍କୁ କାର୍ଯ୍ୟରୁ ବାହାର କରିଦେବାରୁ ଏହି କର୍ମଚାରୀ ମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ଏହର ପ୍ରତିବାଦ ରେ ଆଜି ତା ୧୫/୭/୨୦୨୩ ରିଖ ଦିନତମାମ ବାଦଲ ଫଟା ବର୍ଷା ସମୟରେ ଡିଭିଜନ ଷ୍ଟୋର ସମ୍ମୁଖରେ ଧାରଣା ରେ ବସିଥିଲେ। ଏସମ୍ପର୍କରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏହି ଗରିବ ନିରୀହ ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ଦେବା ପରିବର୍ତ୍ତେ ନୂଆ ପିଲା ଙ୍କୁ ନିଯୁକ୍ତି ଦିଆଯାଇ ପୁରୁଣା କର୍ମଚାରୀ ଙ୍କୁ କାମରୁ ବାହାର କରିଦେବା ପାଇଁ ନୂତନ କଣ୍ଟାକ୍ଟର ନିର୍ଦେଶ ଦେଉଥିବ। ଯେଉଁ ପୁରୁଷ କର୍ମଚାରୀ ଷ୍ଟୋର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ତାଙ୍କ ନାମରେ ଥାନା ଅଭିଯୋଗ ଦିଅ ବୋଲି କଣ୍ଟାକ୍ଟର ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି। ବର୍ତ୍ତମାନ ସେହି କର୍ମଚାରୀ ମାନେ ଦୁଃଖ ରେ ଦିନ କାଟୁଥିବା ଗଣମାଧ୍ୟମ ସୂଚନା ଦେଇଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ରେ ବସିବେ ବୋଲି ସୂଚନା ଦେଇଛନ୍ତି।
Previous Post Next Post

ADS