ବୌଦ୍ଧ: ଜିଲ୍ଲା କଂଗ୍ରେସ ପକ୍ଷରୁ ଦେବାଶିଷ ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ସରକାରର ଚକ୍ରାନ୍ତକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି l ଜିଲା ସଭାପତି ନବକୁମାର ମିଶ୍ରଙ୍କ ଅଧ୍ୟକ୍ଷତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ଆଇ ସି ସି ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ କେନ୍ଦ୍ରର ମୋଦି ସରକାର ସବୁ ପ୍ରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପିସିସି ତରଫରୁ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ମୁଖପାତ୍ର ନିଶିକାନ୍ତ ମିଶ୍ର ଓ ଏ ଆଇ ସି ସି ସଦସ୍ୟ ବିସ୍ମୟ ମହାପାତ୍ର ଯୋଗ ଦେଇ ମୋଦି ସରକାରଙ୍କ କଳା କାରନାମା ସବୁ ପଦାରେ ପକାଇ ଦେଉଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ସରକାର ବଡ ଧରଣର ଷଡଯନ୍ତ୍ର କରିଛନ୍ତି । ପୁଣି କେନ୍ଦ୍ର ସରକାର ଏବଂ ଆଦାନୀ ସମ୍ପର୍କକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖପାତ୍ର ଶାନ୍ତନୁ ମହାପାତ୍ର, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।