ଫୁଲବାଣୀ(ବୈଦ୍ୟନାଥ ନାଏକ): ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ ଏକ ଆଇନ ଆଣିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କ ଜରିଆରେ ଫୁଲବାଣୀ ଠାରେ କନ୍ଧମାଳ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଦେଶରେ ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା । ଦେଶରେ ପ୍ରାକୃତିକ ସମ୍ବଳ ସୀମିତ ଥିଲାବେଳେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଦେଶର ବିକାଶରେ ପ୍ରତିବନ୍ଧକ ସାଜିଛି।ବିକଶିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରିତ ରହିଥିବାରୁ ଆଶାନୁରୂପ ବିକାଶ ଘଟୁଛି।ତେଣୁ ଆମ ସରକାର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ଶକ୍ତ କଠୋର ଆଇନ ଆଣିବା ଆବଶ୍ୟକ।ଆମ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ନେଉଥିବା ପଦକ୍ଷେପ କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ମନେ ହୁଏ। ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଦୁଇ ସନ୍ତାନ ନିୟମ ଲାଗୁ କରିବାକୁ ସଂସଦରେ ଏକ ଆଇନ ଆସିବା ଆବଶ୍ୟକ ବୋଲି ଜାତୀୟ ସଭାପତି ଅନୀଲ ଚୌଧୁରୀ ଓ ରାଜ୍ୟ ସଭାପତି ବିପିନ ବିହାରୀ ଦାସଙ୍କ ପରାମର୍ଶ କ୍ରମେ ଜିଲା ରେ ହସ୍ତଖତ ଅଭିଯାନ ଜାରି ରହିଛି।କନ୍ଧମାଳ ଜିଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ମାନ୍ୟବର ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କୁ ସାକ୍ଷାତ କରି ଆଗାମୀ ସଂସଦ ଅଧିବେଶନରେ କିପରି ଏକ କଠୋର ନିୟମ ପ୍ରଣୟନ କରାଯିବ ତାଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଆଣିବାକୁ ଥିବା ଆଇନ ଉଲଂଘନ କାରୀକୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ କରିବା ସହ ଦଶ ବର୍ଷ ଜେଲ ଦଣ୍ଡ ଓ ନାଗରିକତ୍ୱରୁ ବଞ୍ଚିତ କଲାଭଳି କଠୋର ନିୟମ ରହିବା ଆବଶ୍ୟକ ବୋଲି ଦାବୀକରାଯାଇଛି ।ବହୁ ପତ୍ନୀ ରଖିବା ଓ ଆଠ ଦଶ ସନ୍ତାନ ଜନ୍ମ କରିବା ଦେଶର ଅର୍ଥନୀତି ଉପରେ ବୋଝ।ଏହା କାର୍ଯ୍ୟ କାରୀ ନ ହେଲେ ଆଗାମୀ ଦିନରେ ପ୍ରିକୃତିକ ସମ୍ବଳ ଉପରେ କୁପ୍ରଭାବ ପଡିବ।ଏବେ ତ ବାସଡିହ ମିଳୁନାହିଁ, ପରିବେଶ ପ୍ରଦୂଷଣ ବଢୁଛି,ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ନିଯୁକ୍ତି ଯୋଗାଇବା ସରକାରଙ୍କ ପକ୍ଷରେ ସମ୍ଭବ ହେଉନାହିଁ।ଅଧିକ ଶିଶୁ ଜନ୍ମ ହେଉଥିବାରୁ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଶିଶୁମୁତ୍ୟୁ ଓ ମାତୃମୂତ୍ୟୁ ବୃଦ୍ଧି ପାଉଥିବା ଦେଖାଯାଉଛି। କର୍ମସଂସ୍ଥାନ ଅଭାବରୁ ଅସାମାଜିକ କାର୍ଯ୍ୟ ସମାଜରେ ବୃଦ୍ଧି ହେଉଛି।ତେଣୁ ଆସନ୍ତୁ ସମସ୍ତେ ମିଳିମିଶି ଏକ କଠୋର ସଶକ୍ତ ଜନସଂଖ୍ୟା ଆଇନ ଆଣିବାକୁ ସରକାର ଙ୍କୁ ଦାବୀ କରିବା । ଫୁଲଵାଣୀ ଠାରେ ନବୀନ କିଶୋର ପଣ୍ଡା ,ପ୍ରଣବ ମଣ୍ଡଳ, ବଂଶୀଧର ପଣ୍ଡା, ମନୋଜ ଚୌଧୁରୀ,ରମେଶ ପ୍ରଧାନ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ବ୍ରଜ ମୋହନ ନାୟକ, ଶିବାନନ୍ଦ ପଟ୍ଟନାୟକ, କାହ୍ନୁଚରଣ ଶତପଥି,ଲଳିତ କୁମାର ନାୟକ ପ୍ରମୁଖ ମାନ୍ୟବର ସାଂସଦ ଙ୍କୁ ଆଗାମୀ ସଂସଦ ଅଧିବେଶନରେ ଏକ ସଶକ୍ତ ଆଇନ ଆଣିବାକୁ ଦାବୀପତ୍ର ପ୍ରଦାନ କରିଥିଲେ।
ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ କନ୍ଧମାଳ ସାଂସଦଙ୍କୁ ଦାବିପତ୍ର ପ୍ରଦାନ
newodishatv.co.in
Tags
Odisha Latest News