ନୂଆପଡ଼ା(ଜଗନ୍ନାଥ ସାଗର): ସମ୍ବଲପୁର ହନୁମାନ ଜୟନ୍ତୀ ରେ ଅନୁଷ୍ଠିତ ଶୋଭାଯାତ୍ରାରେ ହୋଇଥିବା ପଥର ମାଡ଼ ଓ ଆକ୍ରମଣ, ବିଜେପି ର ନେତା,କେନ୍ଦ୍ର ମନ୍ତ୍ରୀ,ସାଂସଦ, ବିଧାୟକ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ମାନଙ୍କୁ ଦଙ୍ଗା ପୀଡିତ ବ୍ୟକ୍ତି ମାନଙ୍କ ସହିତ ସାକ୍ଷାତ କରେଇ ନ ଦେଇ ଓଲଟା ସେମାନଙ୍କୁ ଗିରଫ କରିବା,ଅପରାଧୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପ୍ରତିବାଦ ରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଦିଆ ଯାଇଥିବା ବାର ଘଣ୍ଟିଆ ଓଡିଶା ବନ୍ଦ ଡାକରା କୁ ରାଜ୍ୟ ବିଜେପି ସମର୍ଥନ ଜଣାଇଥିଲା।ତତ୍ ମୁତାବକ ଆଜି କୋମନା ବ୍ଲକ ହେଡକୁଆର୍ଟର ରେ ବନ୍ଦ କୁ ବିଜେପି ଓ ବଜରଙ୍ଗ ଦଳର ନେତୃମଣ୍ଡଳୀ ଓ କର୍ମକର୍ତ୍ତା ମାନେ ସମର୍ଥନ ଜଣାଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ସକାଳୁ ଶତାଧିକ ଯୁବକ କୋମନା ରେ ପିକେଟିଂ କରିବା ସହିତ କୋମନା ବନ୍ଦ କୁ ସମ୍ପୁର୍ଣ୍ଣ ସଫଳ କରେଇଥିଲେ।ତହସିଲ, ବ୍ଲକ ,କୃଷି ,ବନ ବିଭାଗ,ଉଦ୍ୟାନ ବିଭାଗ, ହାଇସ୍କୁଲ,କଲେଜ,ଷ୍ଟେଟବ୍ୟାଙ୍କ, ସମବାୟ ବ୍ୟାଙ୍କ ଇତ୍ୟାଦି ସମସ୍ତ କାର୍ଯ୍ୟାଳୟ ବନ୍ଦ ହୋଇଥିଲା।ବନ୍ଦ କୁ କୋମନା ବାସୀ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଜ୍ଞାପନ କରିଥିଲେ ବୋଲି କର୍ମକର୍ତ୍ତା ମାନେ ଦାବି କରିଛନ୍ତି।ରାଜ୍ୟ ସରକାରଙ୍କ ବିଭେଦପୂର୍ଣ୍ଣ ଓ ହିନ୍ଦୁ ବିରୋଧୀ ନୀତି କୁ ଶ୍ରୀ ପାଣିଗ୍ରାହୀ ଦୃଢ଼ ନିନ୍ଦା କରିବା ସହିତ କଟୁ ସମାଲୋଚନା କରିଛନ୍ତି। ବନ୍ଦ କୁ ସଫଳ କରିବାରେ ସହାୟକ ହୋଇଥିବାରୁ ଜନସାଧାରଣ ତଥା ବିଜେପି ଓ ବଜରଙ୍ଗ ଦଳର ସମସ୍ତ କର୍ମକର୍ତ୍ତା ମାନଙ୍କୁ ବିଜେପି ନେତା ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଛନ୍ତି।ଏହି ଆନ୍ଦୋଳନରେ ବିଜେପି ମଣ୍ଡଳ ସଭାପତି ଚନ୍ଦନ ଠାକୁର,ପ୍ରବୀଣ ଭୋଇ,ରଜନା ସରପଞ୍ଚ କ୍ଷୀରପ୍ରସଦ ଭୋଇ,କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ଯୋଗେନ୍ଦ୍ର କରୁଆ,ଦୀପକ ପଣ୍ଡା,ମିତ୍ର ପ୍ରଧାନ,ଲୋକନାଥ ସିନ୍ଦୁର,ସୁରେନ୍ଦ୍ର ବନଛୋର, ରିକି ବାଗ,ଟିନା ଭୋଇ,ମାୟାଧର ନିଆଲ,ସରୋଜ ମଲ୍ଲିକ,ପ୍ରେମ କୁମାର ବାଗ,ଦୁର୍ଗେଶ ପୁଝାରି ,ଶିବ ନିଆଲ,ପ୍ରେମାନନ୍ଦ ବାଗ,ରିତେଶ ବିଶି,ଆନନ୍ଦ ସାହୁ,ହିତେଶ ବାଗ,ସୌମ୍ୟରଂଜନ ସାହୁ ,ରାଜେଶ କଣ୍ଟା,ନିତିଆ ଠାକୁର,ପ୍ରମୁଖ ସାମିଲ ହୋଇ ବନ୍ଦ କୁ ସଫଳ କରିବାରେ ପ୍ରମୁଖ ଭୂମିକା ନିଭେଇଥିଲେ।
Tags
Odisha Latest News