Ads

ଫୁଲବାଣୀ: ଫୁଲବାଣୀ ସଦର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣି କୁଣ୍ଡରେ ବୁଡ଼ିଯାଇ ଏକ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ , ସଦର ଥାନା ଅନ୍ତର୍ଗତ ହାତିଗବା ଗ୍ରାମର ଗୋବର୍ଦ୍ଧନ କହଁରଙ୍କ ଦେଢ଼ ବର୍ଷର ଝିଅ ପ୍ରଜ୍ଞାପ୍ରିୟା ନିଜ ଭାଇ ସହ ଖେଳୁଥିଲା । ପରିବାର ର ଅନ୍ୟ ମାନେ ଘର ଭିତରେ କାର୍ଯ୍ୟବ୍ୟସ୍ତ ଥିଲେ । ଏହି ସମୟରେ ଝିଅଟି ଅସାବଧାନତା ବଶତଃ ପାଣିକୁଣ୍ଡରେ ପଡ଼ିଯାଇଥିଲା । ଅନେକ ସମୟ ଧରି ଝିଅକୁ ନ ପାଇବାରୁ ଘର ଲୋକେ ଖୋଜାଖୋଜି କରିଥିଲେ ପରେ ଝିଅକୁ ପାଣିକୁଣ୍ଡରେ ପଡ଼ିଥିବା ଦେଖି ପାରି ଉଦ୍ଧାରକରି ତୁରନ୍ତ ତାକୁ  ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।
Previous Post Next Post

ADS