Ads

ନୂଆପଡା (ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକ ପଲସାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୦ ଘଣ୍ଟା  ସମୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଦାନନ୍ଦ ମେହେର ଙ୍କ ସଭାପତିତ୍ୱ ରେ  ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଖଡିଆଳ ବିଧାନସଭା ବିଜେଡି ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ ଉଦଘାଟନ କରିଥିବା ବେଳେ ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। କେବଳ ନିଜେ ସଫା ସୁତୁରା ହୋଇଗଲେ ହେବ ନାହିଁ ଆମ ଚତୁର୍ପାଶ୍ୱ କୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସେ ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଆହ୍ୱାନ ଦେଇ ଏକ ସ୍ୱଚ୍ଛ ଗ୍ରାମ ପାଇଁ କାମନା କରିଥିଲେ। ମୁଖ୍ୟ ବକ୍ତା ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ ପାତ୍ର ଏକ ପୂର୍ଣ୍ଣ ବିକଶିତ ମଣିଷ ଭାବେ ଛାତ୍ରଛାତ୍ରୀ ଙ୍କୁ ଗଢିବା ପାଇଁ ସ୍କୁଲ ର ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ନିଜ ବ୍ୟକ୍ତବ୍ୟ ରେ କହିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ  ଜିଲ୍ଲା ପରିଷଦ ସଦସ୍ୟା  ଆଶା ଜୈନ,  ଶିକ୍ଷାବିତ  ସତ୍ୟବ୍ରତ ଗହୀର, ସ୍ଥାନୀୟ ସରପଞ୍ଚ ମିନା ଜଗତ ଯୋଗ ଦେଇଥିଲେ। ଆଲୋକ ରଞ୍ଜନ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ କୃତୀଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା ପରେ ରାଜେନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ସନ୍ଧ୍ୟାକାଳୀନ ସଭା କାର୍ଯ୍ଯ ଆରମ୍ଭ ହୋଇଥଲା। ଏଥିରେ ସିନାପାଲି ସହଶିକ୍ଷା ଗୋଷ୍ଠି ଅଧିକାରୀ ରୁଦ୍ରେଶ୍ଵର ମେହେର ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ ସମ୍ମାନୀତ ଅତିଥି ଭାବରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବି ବୈଶମ୍ପାୟନ ମେହେର, ସିନାପାଲି ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା, ଚଟିଆଗୁଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରିପୁଛମଉଳି ପାଣିଗ୍ରାହୀ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ ମାଝି, ପ୍ରଧାନ ଶିକ୍ଷକ ହୃଦାନନ୍ଦ ମେହେର ପ୍ରମୁଖ ମଞ୍ଚାସିନ ରହି ବିଦ୍ୟାଳୟ ର ଉତ୍ତରୋତ୍ତର କାମନା କରି ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଆଗାମୀ ଦିନରେ ଦେଶ ମାତୃକାର ସେବାକାର୍ଯ୍ୟ ରେ ନିୟୋଜିତ ହୋଇ ସୁନାମ ଅର୍ଜନ କରି ଏକ ଆଦର୍ଶ ବିଦ୍ୟାଳୟ ରୂପେ ଗଢିତୋଳିବା କୁ ଆହ୍ଵାନ କରିଥିଲେ।
Previous Post Next Post

ADS