Ads

ବୌଦ୍ଧ : ପାରିବାରିକ କଳହରୁ ବୌଦ୍ଧ ସହର ପଣୁଆ ସାହି ଠାରେ ଗତ ରାତିରେ ଜଣେ ମହିଳା ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ରଚନା ବଲବାକ୍ ନାମକ ଜଣେ 32 ବର୍ଷୀୟା ମହିଳା ନିଜ ସ୍ବାମୀଙ୍କ ସହ ପଣୁଆ ସାହି ଠାରେ ଭଡାରେ ରହୁଥିଲେ l ଗତକାଲି ରାତିରେ କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା ଓ ଏହାକୁ କେନ୍ଦ୍ରକରି ମହିଳା ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି l ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ  ପାଇଁ ପଠେଇବା ସହ ତଦନ୍ତ କରୁଛି ।
Previous Post Next Post

ADS