Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲରେ ଚାଲିଥିବା ବେଆଇନ କ୍ରସର ବିରୁଦ୍ଧରେ ଆନ୍ଦୋଳନ କରି ଜେଲ ଯାଇଥିଲେ ଶ୍ରମିକ ନେତା ଅବକାଶ ସାହୁ । ଜେଲରୁ ବାହାରିବା ପରେ ଆଜି ମା 'ଭୈରବୀ ବସ କର୍ମଚାରୀ ସଙ୍ଘ ପକ୍ଷରୁ ସଭାପତି ଅବକାଶ ସାହୁଙ୍କୁ ମର୍ଜାକୁଦ ଠାରେ ଏକ ବୈଠକ କରି ନାଗରିକ ସମ୍ମାନରେ ସମ୍ବର୍ଦ୍ଧିତ କରିଯାଇଛି l
 ଏହି ଅବସରରେ ରାଜ୍ୟର ସାଢେଚାରିକୋଟି ଓଡ଼ିଆଙ୍କ ପରିବହନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରୁଥିବା ବସ କର୍ମଚାରୀଙ୍କ ପ୍ରତି ସ୍ୱତନ୍ତ୍ର ସାମାଜିକ ସୁରକ୍ଷା ଆଇନ ପ୍ରଣୟନ ନେଇ ଖୁବ ଶୀଘ୍ର ରାଜ୍ୟବ୍ୟାପି ଏକ ବଡ଼ଧରଣର ଆନ୍ଦୋଳନ ଆରମ୍ଭ ହେବ ଏବଂ ମା "ଭୈରବୀ ବସ କର୍ମଚାରୀ ସଙ୍ଘ ଏହାର ଅଗ୍ରଭାଗରେ ନେତୃତ୍ୱ ନେବାପାଇଁ ଶ୍ରୀଯୁକ୍ତ ସାହୁ ଆହ୍ୱାନ କରିବାସହ ବୌଦ୍ଧରେ ହେଉଥିବା ଲୁଟ ଶୋଷଣ ବିରୁଦ୍ଧରେ ତାଙ୍କର ଶେଷ ନିଶ୍ୱାସ ଥିବାଯାଏ ଲଢେଇ ଜାରିରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l  ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ସାଧାରଣ ସମ୍ପାଦକ ଦିଲୀପ କୁମାର ସାହୁ ସରୋଜ ନାୟକ ପ୍ରଫୁଲ୍ଲ ନାୟକ ରୁଷିଆ ନାୟକ ସୁଶାନ୍ତ କୁମାର ପଣ୍ଡା ବିରେନ୍ଦ୍ର ମିଶ୍ର ମନୋଜ ନାୟକ ବରୁଣ ବେହେରା ବୈରାଗୀ ସାହାଣୀ ଶ୍ରବଣ ବେହେରା ବିଶ୍ଵାମିତ୍ର ମେହେର ପ୍ରମୁଖଙ୍କ ନେତୃତ୍ୱରେ  ଅନେକ କର୍ମଚାରୀ ଯୋଗଦେଇଥିଲେ  l
Previous Post Next Post

ADS