Ads

ବୌଦ୍ଧ: ଛୋଟ ପିଲାମାନଙ୍କ ପାଣି ପିଇବା ପାଇଁ ଶ୍ରୀ ଲବ କୁମାର ଶତପଥୀ(ବାବା ଲଛମନ ଦାଶ)ବିଣା ଭାରତୀ ମଡର୍ଣ୍ଣ ପବ୍ଳିକ ସ୍କୁଲ ବାଉଁଶୁଣୀକୁ ନିଜର ସାମର୍ଥ୍ଯ ଅନୁସାରେ ଏକ ଥଣ୍ଡା ପାନିୟ ମେସିନ ପ୍ରଦାନ କରିଛନ୍ତି । ବାବା ଲଛମନ ଜୀ ଅନେକ ସମୟରେ ଅସହାୟ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ସମୟ ଓ ସାମର୍ଥ ଅନୁସାରେ ଛତା କମଲ ବଣ୍ଟନ କରୁଥିବାର ଦେଖିବାକୁ ମିଳେ । ଲୋକଙ୍କ ମନଭିତରେ ଈଶ୍ବରୀୟ ଚେତନା ଜାଗ୍ରତ କରିବା ସହ ଜଣେ ଭଲ ପ୍ରବଚକ ନାମରେ ମଧ୍ୟ ସୁପରିଚିତ ଅଛନ୍ତି । ମାନବ ସେବା ହିଁ ଈଶ୍ବର ସେବା ଭାବି ଅନେକ ସମୟରେ ଏଭଳି ସମାଜସେବା କାର୍ଯ୍ୟକରିଥାନ୍ତି । ଗତ ସୋମବାର ବାଉଁଶୁଣୀର ଅଗ୍ରଣି ଶିକ୍ଷାନୁଷ୍ଠାନ ବିଣା ଭାରତୀ ମଡର୍ଣ୍ଣ ପବ୍ଳିକ ସ୍କୁଲକୁ ନିଜର ସାମର୍ଥ୍ଯ ଅନୁସାରେ ଏକ ଥଣ୍ଡା ପାନୀୟ ମେସିନ ପ୍ରଦାନ କରିଥିବା ଜଣାପଡିଛି । ବାବାଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
Previous Post Next Post

ADS