Ads

ନୂଆପଡ଼ା(ଜଗନ୍ନାଥ ସାଗର): କେନ୍ଦ୍ର ଓ ରାଜ୍ୟ ସରକାର  ପ୍ରତ୍ୟେକ ପଂଚାୟତ ରେ ଜନସାଧାରଣଙ୍କ  ପାଇଁ ପାନୀୟ ଜଲର ବ୍ୟବସ୍ଥାକୁ ନେଇ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିଛନ୍ତି, ହେଲେ ବିଶୁଦ୍ଧ ପାନୀୟ ଜଳ ପାଇବାରେ ବଞ୍ଚିତ ହେଉଛନ୍ତି   ଗ୍ରାମ ବାସୀ । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ର ବିଭିନ ଅଂଚଳ ରେ ବାଟବଣା ହେଉଛି ପାନିୟ ଜଳ ବ୍ୟବସ୍ଥା। କେବଳ ପାଣି ଟାଙ୍କି ନିର୍ମାଣ କରି ସରକାର ଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ କରୁଥିବା ମନେ ହେଉଛି। ଏଭଲି  ଅଭିଯୋଗ ହେଉଛି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଉପାନ୍ତ ବୋଇର ଗାଁ  ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ବାଗଲୋର୍ ଗ୍ରାମରୁ  ।  ପ୍ରକାଶ ଯେ, ଏହି ଗ୍ରାମରେ  ଜନସାଧାରଣ ଙ୍କ ପାଇଁ ପାନୀୟ ଜଲର ବ୍ୟବସ୍ଥା ନେଇ ପଂଚାୟତ ରେ ବସୁଧା ଯୋଜନା ରୁ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ନିର୍ମାଣ ସରିଲା ପରେ ମାତ୍ର କିଛି ମାସ ପାଣି ଯୋଗାଣ ହୋଇଥିଲା  ପାଖରେ ପାଣି ପାଇ ଗାଁ ଲୋକେ ଖୁସି ହୋଇଥିଲେ। କିନ୍ତୁ  କିଛି ମାସପରେ ବିଭାଗୀୟ ଅଧିକାରୀ ଅବା କର୍ମଚାରୀ ଙ୍କ ଅବହେଳା ଯୋଗୁଁ  ପାଣି ଯୋଗାଣ ବନ୍ଦ ହୋଇଯାଇଥିଲା  । ସେହିଦିନ ଠାରୁ ପଂଚାୟତ ରୁ ବ୍ଲକ ପ୍ରଶାସନ କୁ  ବାରମ୍ବାର ଅଭିଯୋଗ କଲେ ମଧ୍ଯ କୌଣସି  ସୁଫଲ ମିଲୁନଥିବାରୁ ଗ୍ରାମର ବୁଦ୍ଧି ଜିବି ମାନେ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି। ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି କେବଲ ଠିକା ପୋସାନିତି ଅବଲମ୍ବନ କରୁଥିବା ଅନୁମେୟ ହେଉଛି । ଆଜି ବି ପିଇବା ପାଣି ପାଇଁ ହଇରାଣ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ପାଣି ପାଇପ ଗୁଡିକ ବିଭିନ୍ନ ସ୍ଥାନରେ ଭାଙ୍ଗି ଫାଟି ପଡିଥିବା ବେଲେ କିଛି ସ୍ଥାନର ପାଣି  ପାଇପ ଗୁଡିକ ଉପୁଡି ପଡ଼ିଛି । ଯାହା ଫଳରେ ଲୋକେ ପାଣି ପାଇ ପାରୁନାହାଁନ୍ତି । ଯାହାଦ୍ଵାରା  ମହିଳା ମାନେ ଏକ କିଲୋମିଟର  ଦୂରରେ ଅସୁରକ୍ଷିତ ଭାବରେ  ଥିବା ଏକ ବାହଲ ଜମି ରେ  କୁଅ ଖୋଳି ସେହି ପାଣି କୁ ବ୍ୟବହାର କରୁଥିବାରୁ  ଅନେକ ସମୟରେ ରୋଗରେ  ଆକ୍ରାନ୍ତ ହେଉଛନ୍ତି। ,ଏଥିପ୍ରତି ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ  ଦାବୀ କରୁଛନ୍ତି ।
Previous Post Next Post

ADS